🔥 TRENDING हामिरगढ़ में नई ई‑बाइक एजेंसी का उद्घा... 7 अक्टूबर को 8 बजे से 3 बजे तक बिजली क... ਗੁਰਦੁਆਰਾ ਬਾਬਾ ਜੀਵਨ ਸਿੰਘ ਵਿੱਚ ਨੌਜਵਾਨਾਂ... पटनावासी ADM के घर से बरामद कैश: रिश्व... કીર્તિ પટેલની સાથીદાર અને સસ્પેન્ડ થયે... ఆదిలాబాద్: రెడ్ క్రాస్ ఛైర్మన్గా ఆడే క...
05 Oct 2026•
ગુજરાતી मराठी ਪੰਜਾਬੀ বাংলা
ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ
Crime

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକେ

✍️ Reporter: Deepak Mahapatra 🗓 05 Oct 2026, 12:15 PM 👁 7
Share: 💬 WhatsApp 📘 Facebook 𝕏 Post

କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ମା’ ଲଙ୍କେଶ୍ୱରୀ ମନ୍ଦିର ନିକଟରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ମା’ ଲଙ୍କେଶ୍ୱରୀ ମନ୍ଦିର ନିକଟରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ମହିଳା ଜଣକ ହେଲେ ଦୀପାଞ୍ଜଳି ନିମୁନିଆ। ଏହା ଆତ୍ମହତ୍ୟା ନୁହେଁ, ବରଂ ହତ୍ୟା କରାଯାଇଥିବା ନେଇ ଝିଅର ବାପଘର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ପ୍ରାୟ ୪ ବର୍ଷ ତଳେ ବକ୍ସିତୁଳସୀପାଲି ଗ୍ରାମର ଦୀପାଞ୍ଜଳିଙ୍କ ବିବାହ କଲମପୁର ଲଙ୍କେଶ୍ୱରୀ ମନ୍ଦିର ନିକଟସ୍ଥ ଅଲେଖ ନିମୁନିଆଙ୍କ ସହ ହୋଇଥିଲା। ଆଜି ସକାଳ ପ୍ରାୟ ୭ଟା ସମୟରେ ଦୀପାଞ୍ଜଳି ଆତ୍ମହତ୍ୟା କରିଥିବା ନେଇ ଝିଅର କାକା ଧର୍ମରାଜ ପୁଝାରୀ ଓ ମା’ ପଙ୍କଜିନୀ ପୁଝାରୀ ଖବର ପାଇଥିଲେ। ଖବର ପାଇ ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ଘର ଭିତରେ କପଡ଼ାରେ ଦୀପାଞ୍ଜଳିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।
ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଦାବି କରି ଝିଅର କାକୀ ମାଧବୀ ପୁଝାରୀ କଲମପୁର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଝିଅକୁ ମାରିବା ପରେ ତାକୁ ଏଭଳି ଝୁଲାଇ ଦିଆଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ଖବର ପାଇ କଲମପୁର ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ଏବଂ ଉଭୟ ପକ୍ଷଙ୍କ ବୟାନ ଆଧାରରେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
📲Get App