🔥 TRENDING Delhi Protesters Detained Over Police... Delhi Teen Shot in Bike Dispute; Two J... Bengaluru Doctor Says One-Day Trip to... PM Modi urges Haryana ministers, MLAs... Punjab & Haryana High Court rebukes st... Chhattisgarh Coal Levy Probe: Former O...
05 Oct 2026•
ગુજરાતી मराठी ਪੰਜਾਬੀ বাংলা
Crime

ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ; ମାଡ଼ି ବସିଲା ପୁଲିସ

✍️ Reporter: Deepak Mahapatra 🗓 05 Oct 2026, 12:28 PM 👁 22
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଅଭିନବ ଉପାୟରେ ଚାଲିଥିଲା ବେଆଇନ ଗୋ-ଚାଲାଣ। ରାସ୍ତାରେ ମାଡି ବସିଲା ପୁଲିସ। ତେଲ ପରିବହନ ବାହାନାରେ ଏକ ବଡ଼ ଟ୍ୟାଙ୍କର ଭିତରେ ବେଆଇନ ଭାବେ ଗୋରୁ ଚାଲାଣ କରୁଥିଲେ ଦୁର୍ବୃତ୍ତ । ଟ୍ୟାଙ୍କର ଗାଡି ଜବତ ସହ ପୁଲିସ ଦ୍ୱାରା ୨୦ ରୁ ଉର୍ଦ୍ଧ ଗୋରୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଅଞ୍ଚଳରେ। ବିଶୋଇ ପଟୁ କଳାବାଡ଼ିଆ ଅଭିମୁଖେ ଦ୍ରୁତ ଗତିରେ ଏକ ତେଲ ଟ୍ୟାଙ୍କର (ଡବ୍ଲୁବି ୭୬ବି ୧୨୬୬) ଯାଉଥିବା ବେଳେ କିଛି ଗୋରକ୍ଷକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗାଡି ଉପରେ ସନ୍ଦେହ ହୋଇଥିଲା। ଲୋକମାନେ ଗାଡ଼ିକୁ ପିଛା କରିବା ସହିତ ବାଙ୍ଗିରିପୋଷି ଥାନାକୁ ଖବର ଦେଇଥିଲେ । ଖବର ପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ସହ ପୋଲିସ ଟିମ ତୁରନ୍ତ ପୁନାସିଆ ରେଲୱେ ଗୋଳା ପୋଲ ନିକଟରେ ଗୋଡ଼ାଇ ଗୋଡ଼ାଇ ଗାଡିଟିକୁ ଧରିବାରେ ସଫଳ ହୋଇଥିଲେ।
ଘଟଣାରେ ସମ୍ପୃକ୍ତ ଥିବା ଟ୍ୟାଙ୍କର ଡ୍ରାଇଭର ଏବଂ ହେଲପରଙ୍କୁ ପୁଲିସ ହେପାଜତକୁ ନେଇ ପଚରାଉଚରା ଜାରି ରଖିଛି। ଟ୍ୟାଙ୍କର ଭିତରେ ଗାଈ ଓ ବଳଦ ମିଶି ୨୦ରୁ ଅଧିକ ସଂଖ୍ୟାରେ ଗୋରୁ ଅମାନୁଷିକ ଭାବେ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ଆଜିର ଘଟଣା ପରେ ମୟୂରଭଞ୍ଜ ଜିଲ୍ଲା ଦେଇ ଆଜିବି ବେଆଇନ ଗୋଚାଲାଣ ରାକେଟ ଓ ଗୋ-ମାଫିଆମାନେ ସକ୍ରିୟ ଥିବା ଦେଖିବାକୁ ମିଳିଛି।
📲Get App