🔥 TRENDING हामिरगढ़ में नई ई‑बाइक एजेंसी का उद्घा... 7 अक्टूबर को 8 बजे से 3 बजे तक बिजली क... ਗੁਰਦੁਆਰਾ ਬਾਬਾ ਜੀਵਨ ਸਿੰਘ ਵਿੱਚ ਨੌਜਵਾਨਾਂ... पटनावासी ADM के घर से बरामद कैश: रिश्व... કીર્તિ પટેલની સાથીદાર અને સસ્પેન્ડ થયે... ఆదిలాబాద్: రెడ్ క్రాస్ ఛైర్మన్గా ఆడే క...
05 Oct 2026•
ગુજરાતી मराठी ਪੰਜਾਬੀ বাংলা
ଗଛକୁ ପିଟିଲା ବସ୍‌; ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
Local

ଗଛକୁ ପିଟିଲା ବସ୍‌; ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

✍️ Reporter: Deepak Mahapatra 🗓 05 Oct 2026, 12:20 PM 👁 9
Share: 💬 WhatsApp 📘 Facebook 𝕏 Post
ମୁଖ୍ୟମନ୍ତ୍ରୀ ବସ୍‌ ସେବାରେ ଚାଲୁଥିବା ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ୪ ଜଣ ଆହତ ହୋଇ ଚିକିତ୍ସା ପାଇଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟିଛି କଟକ ଜିଲ୍ଲାର ବାଙ୍କୀ ବ୍ଲକରୁ ବ୍ରହ୍ମପୁରା ଅଞ୍ଚଳରେ । ଆଜି ମଧ୍ୟାହ୍ନ ସମୟରେ ବାଙ୍କୀରୁ ପୁଇଁଚା ଗ୍ରାମକୁ ଯାଉଥିବାବେଳେ ଭେଡା ଦୁର୍ଗାପୁର ଶବର ସାହିଠାରେ ଭାରସାମ୍ୟ ହରାଇ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ମାଡ଼ ହୋଇ ଜମି ଭିତରକୁ ପଶିଯାଇଥିଲା ।
ଦୁର୍ଘଟଣା ସମୟରେ ବସରେ ୪୦ଜଣରୁ ଉର୍ଦ୍ଧ ଯାତ୍ରୀ ଥିଲେ। ଚାରି ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
📲Get App