🔥 ट्रेंडिंग सड़क पर सांप और नेवले का मुकाबला, सीहो... પિતૃકાર્યથી પરત ફરતા અકસ્માત Humanabad news भोलागंज शिवनाम में निकली भव्य गणेश विस... નાનામૌવા રોડ પાસે ચોરીની ઘટના, વડોદરા... తణుకు: ఫ్లైఓవర్ దిమ్మెలతో పొంచి ఉన్న ప...
05 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
जीवनशैली

ଭାଲୁ ଆକ୍ରମଣରେ ମହିଳା ଗୁରୁତର

✍️ रिपोर्टर: Deepak Mahapatra 🗓 05 अक्टू. 2026, 12:24 PM 👁 17
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଜଙ୍ଗଲରେ ଛତୁ ତୋଳିବା ବେଳେ ମହିଳାଙ୍କୁ ଭାଲୁ ଆକ୍ରମଣ । ଗୁରୁତର ଭାବରେ ମହିଳାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଦୁବୁଲାହୁଡ଼ି ଗାଁ ଜଙ୍ଗଲରେ ।ଗାଁର ଗୋପିନାଥ କୁଲଡିଙ୍କ ପତ୍ନୀ ସୋମବାରୀ ଆଜି ସକାଳୁ ନିକଟସ୍ଥ ଜଗଂଲକୁ ଛତୁ ତୋଳିବାକୁ ଯାଇଥିଲେ । ଫେରିବା ସମୟରେ ଗାଁ ଠାରୁ କିଛି ଦୂରରେ ଏକ ବିରାଟକାୟ ଭାଲୁ ଅନ୍ୟ ଜଣେ ଲୋକଙ୍କୁ ଗୋଡାଉଥିଲା । ସେହି ଲୋକଟି ଜୀବନ ବଞ୍ଚାଇ ସେଠାରୁ ଦୌଡ଼ି ପଳାଇଥିଲା । କିନ୍ତୁ ସେଠାରେ ରହିଯାଇଥିଲେ ସୋମବାରୀ । ଏହା ପରେ ଭାଲୁଟି ତାଙ୍କ ଉପରକୁ ଝାମ୍ପ ମାରି ତାଙ୍କର ମୁହଁ ଓ ପେଟକୁ ତିରି ପକାଇଥିଲା ।
ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ଡାକ୍ତରଖାନା ପଠାଯାଇଛି ।
📲Get App