🔥 TRENDING દક્ષિણ કોરિયામાં રાજકીય ઉથલપાથલ: શું સ... દક્ષિણ કોરિયામાં ૧૦,૦૦૦ થી વધુ લોકો રસ... સુરત ખાતે "કેમ છો સુરત"ની ઓફિસની મુલાક... પુત્રના ત્રાસથી કંટાળી માતા-પિતાની પોલ... Tamil Nadu By‑Poll: CM Vijay Condemns... Madhya Pradesh Hospitals Threaten Boyc...
04 Oct 2026•
ગુજરાતી मराठी ਪੰਜਾਬੀ বাংলা
Health

୧୬ କୋଟିର ଇଞ୍ଜେକ୍ସନ୍‌ ବଞ୍ଚାଇପାରିବ ନିରୀହ ତ୍ରିଶିକାର ଜୀବନ: ଜୀବନସଂଗ୍ରାମରେ ଯାଜପୁରର ୧୬ ମାସର ଶିଶୁକନ୍ୟା

✍️ Reporter: Dibya Bhusan Behera 🗓 04 Oct 2026, 03:04 PM 👁 18
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

‘ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି’ (SMA Type-2) ବ୍ୟାଧିରେ ଆକ୍ରାନ୍ତ; ସହାୟତାର ହାତ ବଢ଼ାଇବାକୁ ମା’ବାପାଙ୍କ ଆକୁଳ ନିବେଦନ

ଯାଜପୁର (ବ୍ୟୁରୋ):
ଜୀବନ ଓ ମୃତ୍ୟୁ ସହ ସଂଗ୍ରାମ କରୁଛି ଓଡ଼ିଶାର ୧୬ ମାସର ନିରୀହ କନ୍ୟା ରତ୍ନ ତ୍ରିଶିକା ରାୟ। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ରାମପୁର ଗ୍ରାମର ଏହି ଶିଶୁକନ୍ୟା ଏକ ବିରଳ ଥଥା ମାରାତ୍ମକ ଜେନେଟିକ୍ ରୋଗ 'ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି' (Spinal Muscular Atrophy - SMA Type 2) ରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇପଡ଼ିଛି। ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ଏକ ବିଶେଷ ଇଞ୍ଜେକ୍ସନ୍ (Zolgensma) ର ଆବଶ୍ୟକତା ରହିଛି, ଯାହାର ମୂଲ୍ୟ ପ୍ରାୟ ୧୬ କୋଟି ଟଙ୍କା।
ଗୃହ ଓ ପରିବାର ପରିଚୟ:
ଶିଶୁର ନାମ: ତ୍ରିଶିକା ରାୟ (Trishika Ray)
ବୟସ: ୧୬ ମାସ
ନିଜ ଗ୍ରାମ / ଠିକଣା: ରାମପୁର, ଧର୍ମଶାଳା, ଯାଜପୁର, ଓଡ଼ିଶା
ରୋଗର ନାମ: ସ୍ପାଇନାଲ୍ ମସ୍କୁଲାର ଆଟ୍ରୋଫି (SMA ଟାଇପ୍-୨)
ଆବଶ୍ୟକୀୟ ଚିକିତ୍ସା ଖର୍ଚ୍ଚ: ପ୍ରାୟ ୧୬ କୋଟି ଟଙ୍କା
କ’ଣ ଏହି SMA ଟାଇପ୍-୨ ରୋଗ?
ଏହା ଏକ ଜେନେଟିକ୍ ବ୍ୟାଧି, ଯାହା ଶରୀରର ମାଂସପେଶୀ ଗୁଡ଼ିକୁ ଦୁର୍ବଳ କରିଦିଏ। ଏହି ରୋଗରେ ଆକ୍ରାନ୍ତ ଶିଶୁ ନିଜେ ଚାଲିବା, ବସିବା, ଏପରିକି ଖାଦ୍ୟ ଗିଳିବା ଓ ଶ୍ୱାସକ୍ରିୟା ନେବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସମୟ ପୂର୍ବରୁ ଏହାର ଚିକିତ୍ସା ନହେଲେ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି ହୋଇଥାଏ।
ପରିବାରର ଆକୁଳ ନିବେଦନ:
ତ୍ରିଶିକାଙ୍କ ବାପା-ମା’ ଏକ ସାଧାରଣ ପରିବାରର ହୋଇଥିବାରୁ ଏତେ ବଡ଼ ପରିମାଣର ଅର୍ଥ (୧୬ କୋଟି ଟଙ୍କା) ଯୋଗାଡ଼ କରିବା ସେମାନଙ୍କ ପକ୍ଷେ ଅସମ୍ଭବ। ତେଣୁ ସେ ଓଡ଼ିଶାବାସୀ, ରାଜ୍ୟ ସରକାର, କେନ୍ଦ୍ର ସରକାର ଏବଂ ସମାଜସେବୀ ଅନୁଷ୍ଠାନଗୁଡ଼ିକୁ ସହାୟତାର ହାତ ବଢ଼ାଇବା ପାଇଁ ଅଶ୍ରୁଳ ନିବେଦନ କରିଛନ୍ତି।
"ଆପଣଙ୍କର ଛୋଟ ସହାୟତା ବଞ୍ଚାଇପାରିବ ଗୋଟିଏ ନିରୀହ ଶିଶୁର ଜୀବନ। ଆସନ୍ତୁ ସମସ୍ତେ ମିଶି ତ୍ରିଶିକା ପାଇଁ ସହାୟତାର ହାତ ବଢ଼ାଇବା।"
📲Get App