🔥 ट्रेंडिंग स्थानीय विधायक ने किया नवनिर्मित सामुद... ਜੈਤੋ ਰੇਲਵੇ ਫਾਟਕ ਕੋਲ ਪੁਲਿਸ ਤੋਂ ਭੱਜਦੇ ਨੌ... மரத்தின் மீது ஏறி போதை ஆசாமியை மீட்ட த... ग्वालियर में अवैध खनन पर प्रशासन का शि... महात्मा गांधी जयंती पर आगरा में स्वच्छ... टॉम क्रूज़ की 'डिगर' फिल्म का भारत में...
03 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
बिज़नेस

୪ରୁ କ୍ଷୀର ଦର ବୃଦ୍ଧି କରିବ ଓମ୍‌ଫେଡ୍

✍️ रिपोर्टर: Deepak Mahapatra 🗓 03 अक्टू. 2026, 01:00 PM 👁 13
शेयर करें: 💬 WhatsApp 📘 Facebook 𝕏 Post

ଆସନ୍ତା ୪ରୁ ଦୁଗ୍ଧ ଦର ବୃଦ୍ଧି କରିବ ଓମ୍‌ଫେଡ୍‌। ଟୋନ୍‌ଡ ଦୁଗ୍ଧ ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହେବ। ଫଳରେ ଏହାର ମୂଲ୍ୟ ୫୪ ଟଙ୍କାରୁ ବୃଦ୍ଧି ପାଇ ହେବ ୫୮ ଟଙ୍କା। ଅର୍ଥାତ୍ ଟୋନ୍‌ଡ ଦୁଗ୍ଧ ପ୍ୟାକେଟ୍‌ (୫୦୦ ମି.ଲି) ୨ ଟଙ୍କା ବୃଦ୍ଧି ପାଇବ।

ପ୍ରିମିୟମ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହେବ। ଫଳରେ ଏହାର ମୂଲ୍ୟ ୫୮ ଟଙ୍କାରୁ ବୃଦ୍ଧି ପାଇ ୬୦ ଟଙ୍କା ହେବ। ଅର୍ଥାତ୍ ୫୦୦ ମିଲିଲିଟର ପ୍ରିମିୟମ ଦୁଗ୍ଧ ପ୍ୟାକେଟ୍ ପାଇଁ ୩୦ ଟଙ୍କା ଦେବାକୁ ହେବ। ଏବେ ୫୦୦ ମିଲିଲିଟର ପ୍ରିମିୟମ ଦୁଗ୍ଧ ପ୍ୟାକେଟ୍ ପାଇଁ ୨୯ ଟଙ୍କା ଦେଉଛନ୍ତି ଗ୍ରାହକ।
ଗୋଲ୍ଡ ଦୁଗ୍ଧ ଲିଟର ପିଛା ଦର ୬୨ ଟଙ୍କାକୁ ବୃଦ୍ଧି ପାଇଛି। ଆସନ୍ତା ୪ ତାରିଖରୁ ଆଧା ଲିଟର ଗୋଲ୍ଡ ପ୍ୟାକେଟ୍ ପାଇଁ ଗ୍ରାହକଙ୍କୁ ୩୧ ଟଙ୍କା ଦେବାକୁ ହେବ।

ଗୋଲ୍ଡ ପ୍ଲସ୍‌ ଦୁଗ୍ଧ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ପାଇବ। ଏବେ ଏହା ଲିଟର ପିଛା ୬୪ ଟଙ୍କାରେ ମିଳୁଥିବା ବେଳେ ଆଉ ଦୁଇ ଦିନ ପରେ ୬୬ ଟଙ୍କା ହୋଇଯିବ। ‌ଅର୍ଥାତ୍ ଗୋଲ୍ଡ ପ୍ଲସ୍ ଦୁଗ୍ଧ ପ୍ୟାକେଟ୍‌ (୫୦୦ ମି.ଲି) ୧ ଟଙ୍କା ବୃଦ୍ଧି ପାଇବ।
📲Get App