🔥 TRENDING સ્વચ્છતા હિં સેવા સંકલ્પ અભિયાન 2026 સ... अजय अनमोल ने किसानों, गरीबों के मुद्दो... વિકસિત ભારત જન કલ્યાણ અભિયાન અંતર્ગત આ... गया जी पितृपक्ष मेला: AI कैमरों ने पश्... Rajasthan braces for worst drought in... Udaipur experiences cooler nights as m...
03 Oct 2026•
ગુજરાતી मराठी ਪੰਜਾਬੀ বাংলা
Education

ଓଲଟିଲା ସ୍କୁଲ ଭ୍ୟାନ

✍️ Reporter: Deepak Mahapatra 🗓 03 Oct 2026, 12:44 PM 👁 16
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ଓଲଟିଲା ସ୍କୁଲ ଭ୍ୟାନ I ଦୁର୍ଘଟଣାରେ ୨ ଶିଶୁ ଗୁରୁତର ଏବଂ ୨୪ ଜଣ ଛାତ୍ରଛାତ୍ରୀ ଆହତ I ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସରଧାଝୁଲି ନିକଟରେ ଏକ ସ୍କୁଲ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି I

ଜାଲୋଇ ସ୍ଥିତ ପ୍ରେମ ଇଣ୍ଟରନ୍ୟାସନାଲ ସ୍କୁଲରୁ ବାହାରି ପ୍ରାୟ ୨୬ ଜଣ ଶିଶୁଙ୍କୁ ନେଇ ଯାଉଥିଲା ଭ୍ୟାନ । ସରଧାଝୁଲି ନିକଟରେ ଭେନ୍‌ଟି ହଠାତ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା I ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶିଶୁଙ୍କୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣାରେ ୨ ଜଣ ଶିଶୁ ଗୁରୁତର ଆହତ ହୋଇଥିବାର ଜଣାପଡ଼ିଛି ।
ଆହତ ଶିଶୁଙ୍କୁ ପ୍ରଥମେ ଜାଲୋଏ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ଏପର୍ଯ୍ୟନ୍ତ ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ ।
📲Get App