🔥 TRENDING गया जी पितृपक्ष मेला: AI कैमरों ने पश्... Rajasthan braces for worst drought in... Udaipur experiences cooler nights as m... Tamil Nadu CM Stalin Criticises Actor... IIT graduate and Netherlands employee... Punjab Congress chief Parag Singh atta...
03 Oct 2026•
ગુજરાતી मराठी ਪੰਜਾਬੀ বাংলা
Business

ବିଲରୁ କମୁନି ବନ୍ୟା ଜଳ, ଚାଷୀ ମୁଣ୍ଡରେ ‍ବଢ଼ୁଛି ଋଣ ଭାର

✍️ Reporter: Deepak Mahapatra 🗓 03 Oct 2026, 12:42 PM 👁 16
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ବାରମ୍ବାର ଲଗାଣ ବର୍ଷା ଓ ବନ୍ୟା ପାଣିରେ ନଷ୍ଟ ହୋଇ ଯାଇଛି ହଜାର ହଜାର ହେକ୍ଟର ଚାଷ ଜମି। ଦୀର୍ଘ ଅଢେଇ ମାସ ହେଲା ଚାଷ ବିଲରୁ କମୁନି ବନ୍ୟା ଜଳ। ବନ୍ୟା ଜଳ ଧାନ ଫସଲକୁ ନଷ୍ଟ କରି ସାରିଲାଣି।

ବାରମ୍ବାର ଲଗାଣ ବର୍ଷା ଓ ବନ୍ୟା ପାଣିରେ ନଷ୍ଟ ହୋଇ ଯାଇଛି ହଜାର ହଜାର ହେକ୍ଟର ଚାଷ ଜମି। ଦୀର୍ଘ ଅଢେଇ ମାସ ହେଲା ଚାଷ ବିଲରୁ କମୁନି ବନ୍ୟା ଜଳ। ବନ୍ୟା ଜଳ ଧାନ ଫସଲକୁ ନଷ୍ଟ କରି ସାରିଲାଣି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ୧୫ରୁ ଉର୍ଦ୍ଧ୍ୱ ପଞ୍ଚାୟତର ହଜାର ହଜାର ଧାନ ବିଲ ଏବେ ବି ଜଳମଗ୍ନ ଅବସ୍ଥାରେ ରହିଛି । ଫଳରେ ଚାଷ ବିଲରେ ତଳି ରୁଆ ସବୁ ନଷ୍ଟ ହୋଇଯାଇଛି ।

ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ଜଳ ସବୁ ଉଜାଡି ଦେଇଛି । ଚାଷୀ ଋଣ ଧାର କରଜ କରି ଚାଷ କରିଥିଲା । କିନ୍ତୁ ବନ୍ୟା ଜଳ ସବୁ ନଷ୍ଟ କରିଦେଲା । ଋଣ ଭାରରେ ଚାଷୀ ଆଉ ଅଣ୍ଟା ସଳଖି ପାରୁନାହିଁ । ଏମିତି କି ଗାଈ ଗୋରୁଙ୍କ ପାଇଁ କୁଟା ନଡ଼ା ବି ରହିଲା ନାହିଁ। ଋଣ ଛାଡ ସହ ଏଵେ ସରକାରୀ ସ୍ତରରେ ସହାୟତା ପାଇଁ ଚାଷୀମାନେ ଦାବି କରିଛନ୍ତି ।
ଏହାକୁ ନେଇ ଚାନ୍ଦବାଲି ତହସିଲଦାର କହିଛନ୍ତି ଯେ, ବନ୍ୟାରେ ଯେଉଁମାନଙ୍କର ଫସଲ ନଷ୍ଟ ହୋଇଛି ସରକାର ତାହାର ତଦନ୍ତ କରି ଆଗାମୀ ଦିନରେ ସେମାନଙ୍କୁ ସହଯୋଗ କରିବେ ।
📲Get App