🔥 TRENDING स्थानीय विधायक ने किया नवनिर्मित सामुद... ਜੈਤੋ ਰੇਲਵੇ ਫਾਟਕ ਕੋਲ ਪੁਲਿਸ ਤੋਂ ਭੱਜਦੇ ਨੌ... மரத்தின் மீது ஏறி போதை ஆசாமியை மீட்ட த... ग्वालियर में अवैध खनन पर प्रशासन का शि... महात्मा गांधी जयंती पर आगरा में स्वच्छ... Tom Cruise’s ‘Digger’ Opens Slowly in...
03 Oct 2026•
ગુજરાતી मराठी ਪੰਜਾਬੀ বাংলা
ଅବକାରୀ ବିଭାଗର ବଡ଼ ଚଢ଼ାଉ, ୮୧୦ ଲିଟର ଦେଶୀ ମଦ ଜବତ
Crime

ଅବକାରୀ ବିଭାଗର ବଡ଼ ଚଢ଼ାଉ, ୮୧୦ ଲିଟର ଦେଶୀ ମଦ ଜବତ

✍️ Reporter: Deepak Mahapatra 🗓 03 Oct 2026, 12:45 PM 👁 16
Share: 💬 WhatsApp 📘 Facebook 𝕏 Post

ସୁକିନ୍ଦା ଥାନା ମଙ୍ଗରାଜପୁର ଗାଁରେ ଅବକାରୀ ବିଭାଗର ଚଢ଼ାଉ । ୮୧୦ ଲିଟର ଦେଶୀ ମଦ ସହ ୭୨୦୦ କେଜି ଗୁଡ଼ ମହୁଲ ପୋଚ ଜବତ ହୋଇଛି । ଏହି ମିଳିତ ଚଢ଼ାଉରେ ଯାଜପୁର ଜିଲ୍ଲା ମୋବାଇଲ ସ୍କ୍ୱାଡ୍, ଡୋଲିପୁର ଅବକାରୀ ଥାନା ଏବଂ ସୁକିନ୍ଦା ଅବକାରୀ ଥାନାର କର୍ମଚାରୀମାନେ ସାମିଲ ଥିଲେ ।

ସୁକିନ୍ଦା ଥାନା ମଙ୍ଗରାଜପୁର ଗାଁରେ ଅବକାରୀ ବିଭାଗର ଚଢ଼ାଉ । ୮୧୦ ଲିଟର ଦେଶୀ ମଦ ସହ ୭୨୦୦ କେଜି ଗୁଡ଼ ମହୁଲ ପୋଚ ଜବତ ହୋଇଛି । ଯାଜପୁର ଜିଲ୍ଲା ଅବକାରୀ ଅଧୀକ୍ଷକ ଅଜୟ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ସୁକିନ୍ଦା ଥାନା ମଙ୍ଗରାଜପୁର ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ମିଳିତ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ବିପୁଳ ପରିମାଣର ବେଆଇନ ଦେଶୀ ମଦ ଏବଂ ମଦ ତିଆରି ପାଇଁ ରଖାଯାଇଥିବା ଗୁଡ଼ ପୋଚ ଜବତ କରାଯାଇଛି ।

ଜିଲ୍ଲା ମୋବାଇଲ ସ୍କ୍ୱାଡ୍‌ର ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ଏହି ମିଳିତ ଚଢ଼ାଉରେ ଯାଜପୁର ଜିଲ୍ଲା ମୋବାଇଲ ସ୍କ୍ୱାଡ୍, ଡୋଲିପୁର ଅବକାରୀ ଥାନା ଏବଂ ସୁକିନ୍ଦା ଅବକାରୀ ଥାନାର କର୍ମଚାରୀମାନେ ସାମିଲ ଥିଲେ ।
ଅଞ୍ଚଳରେ ବେଆଇନ ମଦ କାରବାର ବିରୋଧରେ ଆଗକୁ ମଧ୍ୟ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
📲Get App