🔥 ट्रेंडिंग टॉम क्रूज़ की 'डिगर' फिल्म का भारत में... नानी की 'द पैराडाइस' ने दूसरी शुक्रवार... अजय देवगन के ‘ड्रिश्यम’ का सामना सान्ज... अनंथगिरी में बस दुर्घटना में तीन महिला... अमित शाह आज हैदराबाद पहुंचने वाले तेलंगाना मेडिकल काउंसिल ने अनधिकृत चिक...
03 अक्टू. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ପୁରୀରେ ପର୍ଯ୍ୟଟକଙ୍କୁ ମାଡ଼!

✍️ रिपोर्टर: Deepak Mahapatra 🗓 03 अक्टू. 2026, 12:38 PM 👁 17
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ପୁରୀରେ ପର୍ଯ୍ୟଟକଙ୍କୁ ମାଡ଼! ଘଟଣାରେ ଏଇ 4 ଜଣ
ବିରିୟାନିରୁ ଚୁଟି ବାହାରିବାରୁ ହଙ୍ଗାମା ୪ ଗିରଫ
କର୍ଣ୍ଣାଟକରୁ ପୁରୀ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ରେଷ୍ଟୁରାଣ୍ଟରେ ଆକ୍ରମଣ। ବିରିୟାନିରୁ ଚୁଟି ବାହାରିବାକୁ ନେଇ ଅଭିଯୋଗ କରିବାରୁ ପର୍ଯ୍ୟଟକଙ୍କୁ ଗାଳିଗୁଲଜ ସହ ମାଡ଼ ମାରିଥିବା ଅଭିଯୋଗ।
ସୂଚନା ଅନୁସାରେ, କର୍ଣ୍ଣାଟକରୁ ଆସିଥିବା ପର୍ଯ୍ୟଟକମାନେ ଏକ ରେଷ୍ଟୁରାଣ୍ଟରେ ବିରିୟାନି ଅର୍ଡର କରିଥିଲେ। ହେଲେ ଖାଦ୍ୟରୁ ଚୁଟି ବାହାରିବାରୁ ସେମାନେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ।
ଏହାପରେ ହଠାତ୍ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଅଭିଯୁକ୍ତମାନେ ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରିବା ସହ ପ୍ଲେଟ୍ ଏବଂ ଭଙ୍ଗା ପ୍ଲେଟ୍ ଖଣ୍ଡରେ ମୁଣ୍ଡ ଓ ହାତକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏଥିସହ ମୁଠା ଓ ଗୋଇଠା ମାରିବାରୁ ପର୍ଯ୍ୟଟକମାନେ ରକ୍ତାକ୍ତ ଆହତ ହୋଇଥିଲେ।
ଘଟଣାକୁ ନେଇ ସମୁଦ୍ରକୂଳ ଥାନା ପୋଲିସ ତଦନ୍ତ କରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
📲Get App