🔥 TRENDING મહીસાગર : કોંગ્રેસ vs ભાજપ - ચૂંટણી કમ... दोमुंहा सांप मामले में मैगलगंज थानेदार... Suhani Shah’s Magic Act Sparks Claims... Rajkummar Rao’s ‘Prahaar’ Trailer High... Rajinikanth Arrives at Mysuru Film Set... Apple iPhone 18 Pro Gains Pocket Film...
30 Sep 2026•
ગુજરાતી मराठी ਪੰਜਾਬੀ বাংলা
ରାୟଗଡ଼ା ପୌରାଧ୍ୟକ୍ଷ ଓ ନବନିର୍ବାଚିତ ଉପାଧ୍ୟକ୍ଷା ବିଜେଡ଼ିରୁ ନିଲମ୍ବିତ
Politics

ରାୟଗଡ଼ା ପୌରାଧ୍ୟକ୍ଷ ଓ ନବନିର୍ବାଚିତ ଉପାଧ୍ୟକ୍ଷା ବିଜେଡ଼ିରୁ ନିଲମ୍ବିତ

✍️ Reporter: Deepak Mahapatra 🗓 30 Sep 2026, 01:02 PM 👁 9
Share: 💬 WhatsApp 📘 Facebook 𝕏 Post
ରାୟଗଡ଼ା: ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ରାୟଗଡ଼ା ପୌରପରିଷଦ ଅଧ୍ୟକ୍ଷ ମହେଶ ପଟ୍ଟନାୟକ ଏବଂ ୧୬ ନମ୍ବର ୱାର୍ଡ କାଉନସିଲର ଶ୍ରମିତା ପାଢ଼ୀଙ୍କୁ ବିଜୁ ଜନତା ଦଳରୁ ନିଲମ୍ବିତ କରାଯାଇଛି । ଆଜି ବିଜେଡି ପକ୍ଷରୁ ଜାରି କାର୍ଯ୍ୟାଳୟ ଆଦେଶରେ ଉଭୟଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରାଯାଇଥିବା ଦର୍ଶାଯାଇଛି । ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକଙ୍କ ସ୍ୱାକ୍ଷରରେ ଜାରି ହୋଇଛି ଏହି ଆଦେଶ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ପତ୍ରରେ ଉଲ୍ଲେଖ ରହିଛି।

ମହେଶ ପଟ୍ଟନାୟକ ନିଜ ସପକ୍ଷରେ କହିଛନ୍ତି ଯେ ତାଙ୍କର କୌଣସି ଦୋଷ ନାହିଁ । ସେ ବିଜେଡ଼ି ଦଳ ବିରୋଧରେ କୌଣସି କାର୍ଯ୍ୟ କରିନାହାଁନ୍ତି । ଆଜି ରାୟଗଡ଼ା ପୌର ପରିଷଦର ଉପାଧ୍ୟକ୍ଷା ପଦ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିରେ ଜଣେ ନିର୍ବାଚିତ ହୋଇଥିଲେ । ମାତ୍ର ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନ ଥିବା ସେ ସଫେଇ ଦେଇଛନ୍ତି ।

ସେପଟେ ଆଜି ରାୟଗଡ଼ା ପୌର ପରିଷଦର ଉପାଧ୍ୟକ୍ଷା ପଦ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ କେବଳ ୧୬ ନମ୍ବର ୱାର୍ଡର କାଉନସିଲର ଶ୍ରମିତା ପାଢ଼ୀ ନାମାଙ୍କନ ଦାଖଲ କରିଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ୨୪ ଜଣ କାଉନସିଲରଙ୍କ ମଧ୍ୟରୁ ୨୦ ଜଣ ଉପସ୍ଥିତ ଥିଲେ। ପୂର୍ବରୁ ଉପାଧ୍ୟକ୍ଷା ଥିବା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଭୋଟରେ ସେ ପରାସ୍ତ ହେବା ପରେ ପଦଟି ଖାଲି ପଡ଼ିଥିଲା। ଏହାକୁ ନେଇ ପୌର ପରିଷଦରେ ରାଜନୈତିକ ଟଣାଓଟରା ମଧ୍ୟ ଦେଖିବାକୁ ମିଳିଥିଲା।

ରାୟଗଡ଼ା ପୌର ପରିଷଦରେ ୨୪ ଜଣ କାଉନସିଲର ଅଛନ୍ତି। ସେଥିରୁ ବିଜେପିର ୨, ବିଜେଡିର ୨ ଓ କଂଗ୍ରେସର ଜଣେ ଥିବା ବେଳେ ୧୯ ଜଣ କାଉନସିଲର ବିଜୁ ସ୍ୱାଭିମାନ ମଞ୍ଚର ସଭାପତି ଏନ୍‌. ଭାସ୍କର ରାଓଙ୍କ ସମର୍ଥକ ଭାବେ ରହିଛନ୍ତି।
📲Get App