Local
ପୁରୀରେ ପୁଣି ଖଜା ଭାଟିରେ ଚଢ଼ାଉ; ୪ କ୍ୱିଣ୍ଟାଲ ଜବତ, ୨୮ ହଜାର ଜରିମାନା
Watch on:
▶️ YouTube
ପୁରୀ ସହରରେ ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ପ୍ରସ୍ତୁତ କରାଯାଉଥିବା ନେଇ କିଛି ଦିନ ତଳେ ଅନେକ ଖଜା ଭାଟି ଓ ଦୋକାନରେ ଚଢ଼ାଉ ହୋଇଥିବା ବେଳେ ଆଜି ପୁଣି ହୋଇଛି ଚଢ଼ାଉ। ଆଜି ୫ଟି ଖଜା ଦୋକାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ୪ କ୍ୱିଣ୍ଟାଲ ଖଜା ଜବତ କରାଯାଇଥିଲା, ଯାହାର ମାନ ଖୁବ୍ ଖରାପ ଥିଲା ଓ ଯେଉଁଗୁଡ଼ିକୁ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ତିଆରି କରାଯାଇଥିଲା। ଏହି ସହିତ ଖଜା କାରଖାନାରେ ବ୍ୟବହୃତ ହେଉଥିବା ୫ଟି ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଥିଲା। ଏହି ଭାଟି ଗୁଡ଼ିକରୁ ୨୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ପୁଲିସ, ପୁରୀ ମହାନଗର ନିଗମ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ମିଳିତ ସହଯୋଗରେ ଏହି ଖଜା ଚଢାଉ କରାଯାଇଥିଲା। କିଛି ଖଜା ଭାଟିକୁ ସିଲ୍ କରାଯାଇଥିବା ବେଳେ ଆଉ କିଛି ଭାଟି ମାଲିକଙ୍କୁ ଲାଇସେନ୍ସ ପାଇଁ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ତପସ୍ଵିନୀ ବେହେରା କହିଛନ୍ତି।
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ନିକଟରେ ଖଜା ଭୋଗ ହେଉଥିବାରୁ ଏହାର ଚାହିଦା ବୃଦ୍ଧି ପାଇଛି । ତେଣୁ ଏବେ ସହର ସାରା ଖଜା ଦୋକାନର ପସରା ଖୋଲି ଗଲାଣି।ଯୁଆଡ଼େ ଦେଖିବ ଖଜା ଦୋକାନ। ତେବେ ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ପ୍ରସ୍ତୁତିକୁ ନେଇ ଗତ କିଛି ଦିନ ତଳେ ଖଜା ଭାଟି ଉପରେ ଚଢାଉ କରାଯାଇ ପଦକ୍ଷେପ ନିଆଯାଇଥିଲା। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ କହିଛି।
କିଛି ଖଜା ଭାଟି ମାଲିକ କହିଛନ୍ତି ଯେ ସେମାନେ ଏଇ ଦୁଇ ମାସ ହେବ ଖଜା ଭାଟି କରିଛନ୍ତି । ସେମାନଙ୍କର କୌଣସି ଲାଇସେନ୍ସ ନାହିଁ। ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ପ୍ରସ୍ତୁତ ହେଉଥିବା ନେଇ ସେମାନଙ୍କ ଉପରେ ଜରିମାନା କରିଛନ୍ତି।ଆଗକୁ ଆମେ ସରକାରଙ୍କ ଆଇନ ଅନୁଯାୟୀ ଲାଇସେନ୍ସ କରି ଖଜା ପ୍ରସ୍ତୁତ କରିବା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ସେମାନେ।
ପୁରୀ ସହରରେ ଅନେକ ଖଜା ଭାଟି ରହିଛି, ଯାହାର ଖାତା ଖତିୟାନା ନାହିଁ।ବିନା ଲାଇସେନ୍ସରେ ଅପମିଶ୍ରିତ ଦ୍ରବ୍ୟ ସହ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଖଜା ଭାଟି ଗୁଡ଼ିକର ତାଲିକା ପ୍ରସ୍ତୁତ କରାଯାଇ ଚଢାଉ ଜାରି ରହିବ ବୋଲି ପୁରୀ ମହାନଗର ନିଗମ ପକ୍ଷରୁ କୁହାଯାଇଛି।
ଅପମିଶ୍ରିତ ସହ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବା ଖଜା ଭାଟି ସହ ଅନ୍ୟାନ୍ୟ ଅପମିଶ୍ରିତ ଖାଦ୍ୟ ବିକ୍ରି ହେଉଥିବା ସ୍ଥାନ ଗୁଡିକରେ ଚଢାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।