🔥 TRENDING पुलिस अधीक्षक शहडोल डॉ. संजय कुमार अग्... રાજકોટ-જામનગર હાઈવે તરઘડી નજીક દોડતી ક... સુરતના ગોડાદરામાં નકલી નોટોનું નેટવર્ક... કચ્છ જિલ્લા પંચાયતમાં હવે સોમ-ગુરુવારે... જૂનાગઢમાં નકલી પત્રકારોનો તોડકાંડ Bidar-Machalipatnam Train Extended to...
30 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

୬ ବର୍ଷ ପରେ ଖୋଲିଲା ଗୁଣ୍ଡିଚା ମନ୍ଦିର; ୩ ଦିନ ମାଗଣା ପ୍ରବେଶ

✍️ Reporter: Deepak Mahapatra 🗓 30 Sep 2026, 12:50 PM 👁 16
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ପୂଜାର୍ଚ୍ଚନା ପରେ ଆଜି ସକାଳ ୭ଟା ୪୫ରେ ଖୋଲିଥିଲା ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଖୋଲା ଯାଇଥିଲା।ଦୀର୍ଘ ୬ ବର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିଛି ପୁରୀ ଗୁଣ୍ଡିଚା ମନ୍ଦିର। ଭକ୍ତମାନେ ଆଜିଠାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଜନ୍ମ ବେଦୀ, ଯଜ୍ଞ ବେଦୀ ଓ ଆଡ଼ପ ମଣ୍ଡପ ଦର୍ଶନ କରୁଛନ୍ତି ।

ପୂଜାର୍ଚ୍ଚନା ପରେ ଆଜି ସକାଳ ୭ଟା ୪୫ରେ ଖୋଲିଥିଲା ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଏସ୍‌ପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଖୋଲା ଯାଇଥିଲା। ଉପସ୍ଥିତ ଭକ୍ତଙ୍କ ସହିତ ସେମାନେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଥିଲେ। ଗୁଣ୍ଡିଚା ମନ୍ଦିର ପରିସରରେ ଆଡ଼ପ ମଣ୍ଡପ, ତିନି ରଥ- ତାଳଧ୍ୱଜ ରଥ, ନନ୍ଦିଘୋଷ ରଥ ଓ ଦର୍ପଦଳନ ରଥର ଚକ ଓ କଣଗୁଜ, ଅଶୁଆରୀ, ପ୍ରଭା ଆଦି ଦେଖିବାର ସୁଯୋଗ ନେଇଥିଲେ ଭକ୍ତମାନେ। ୬ ବର୍ଷ ପରେ ପୁଣି ଥରେ ଗୁଣ୍ଡିଚା ମନ୍ଦିର ଭିତରେ ପ୍ରବେଶ କରି ବେଶ୍ ଆନନ୍ଦିତ ହୋଇଛନ୍ତି ଭକ୍ତମାନେ।

କରୋନା ସମୟରୁ ଗୁଣ୍ଡିଚା ମନ୍ଦିର ପ୍ରବେଶ ଉପରେ ଲାଗିଥିଲା କଟକଣା। ନାଟମଣ୍ଡପ ମରାମତି, ମନ୍ଦିର ଭିତରର ଚଟାଣ, ରାମ୍ପ ବ୍ୟବସ୍ଥା, ଆନନ୍ଦ ବଜାର, ରୋଷ ଶାଳା ମରାମତି କାମ ଚାଲିଥିଲା। ତେଣୁ ଭିତରକୁ ଭକ୍ତଙ୍କ ପ୍ରବେଶ ଉପରେ ରୋକ୍ ଲାଗିଥିଲା। ତେଣୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ଶ୍ରୀଜିଉଙ୍କ ଜନ୍ମମାଟିକୁ ନଦେଖିପାରି ଦୁଃଖ ପ୍ରକାଶ କରୁଥିଲେ। କିନ୍ତୁ ଆଜିଠାରୁ ଏହା ଭକ୍ତଙ୍କ ପାଇଁ ଖୋଲାଯାଇଛି।

ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁସାରେ ପ୍ରଥମ ତିନି ଦିନ ଭକ୍ତମାନଙ୍କୁ ମାଗଣାରେ ଗୁଣ୍ଡିଚା ମନ୍ଦିର ଭିତରକୁ ଛଡ଼ାଯିବ। ତା’ପରଠାରୁ ଭକ୍ତମାନେ ୧୦ ଟଙ୍କା ପ୍ରବେଶ ଶୁଳ୍କ ଦେବେ। କିନ୍ତୁ ଦିବ୍ୟାଙ୍ଗ, ଶିଶୁ ଓ ୮୦ ବର୍ଷରୁ ଅଧିକ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ସେମାନେ ମାଗଣାରେ ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିପାରିବେ। ଶ୍ରଦ୍ଧାଳୁଙ୍କ ଜୋତା ଓ ମୋବାଇଲ୍ ଫୋନ୍ ରଖିବା ପାଇଁ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଶ୍ରଦ୍ଧାଳୁମାନଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ।
କୁହାଯାଏ ଗୁଣ୍ଡିଚା ମନ୍ଦିରରେ ବାବେନା ଭୂତ ରହେ। ଏବେ ଆଉ ବାବେନା ଭୂତ ରହିବେନି ବୋଲି କହିଛନ୍ତି ଭକ୍ତ। ଆଗକୁ ଗୁଣ୍ଡିଚା ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରାଯିବ। ଏହାର ପରିକଳ୍ପନା କରାଯାଇସାରିଲାଣି।
📲Get App