🔥 ट्रेंडिंग पटना: दीघा के पास एक व्यक्ति लापता, तल... ବିରୁପା ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ୩... દહેગામ પોલીસે નંબર પ્લેટ વગરની અને કાળ... અરબ સાગરમાં કોસ્ટ ગાર્ડનું સફળ ઓપરેશન:... कौशाम्बी के मोहम्मदपुर गांव में कार मे... અરબ સાગરમાં કોસ્ટ ગાર્ડનું સફળ ઓપરેશન:...
30 सित. 2026•
ગુજરાતી मराठी ਪੰਜਾਬੀ বাংলা
नौकरी

ରାଜ୍ୟରେ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ବନ୍ଦ: ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ କଡ଼ା ରହିତାଦେଶ

✍️ रिपोर्टर: Deepak Mahapatra 🗓 30 सित. 2026, 12:58 PM 👁 19
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟର ସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର। ରାଜ୍ୟ ସରକାରଙ୍କ ଦ୍ୱାରା ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ଦେବା ନେଇ ଜାରି ହୋଇଥିବା ବିଜ୍ଞପ୍ତି ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ସ୍ଥଗିତାଦେଶ (ରହିତାଦେଶ) ଜାରି କରିଛନ୍ତି। ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ରହିତାଦେଶ କାଏମ ରହିବ ବୋଲି ସ୍ପଷ୍ଟ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଦୂର କରିବା ଏବଂ ଶିକ୍ଷାଦାନ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସରକାର ଅବସରପ୍ରାପ୍ତ ପ୍ରାଧ୍ୟାପକ ଓ ଅଧ୍ୟାପକମାନଙ୍କୁ ଅତିଥି ଅଧ୍ୟାପକ ଭାବେ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହି ପରିପ୍ରେକ୍ଷୀରେ ଗତବର୍ଷ ଅକ୍ଟୋବର ମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ନୂତନ ନିୟମ ଅନୁସାରେ କେବଳ ଅବସରପ୍ରାପ୍ତ ଶିକ୍ଷାବିତ୍‌ମାନଙ୍କୁ ହିଁ ଏହି ପଦବୀରେ ଅଗ୍ରାଧିକାର ମିଳିବାର ବ୍ୟବସ୍ଥା ଥିଲା।

ତେବେ ସରକାରଙ୍କ ଏହି ନିୟମ ଏବଂ ବିଜ୍ଞପ୍ତିକୁ ଚାଲେଞ୍ଜ କରି ପୁଷ୍ପଲତା ମାଝୀ ନାମକ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ଦାୟର କରିଥିଲେ। ମଙ୍ଗଳବାର ଏହି ମାମଲାରେ ଶୁଣାଣି କରି ଜଷ୍ଟିସ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତିର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇଛନ୍ତି। କୋର୍ଟଙ୍କ ଏହି ଆଦେଶ ଫଳରେ ବର୍ତ୍ତମାନ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ଥଗିତ ରହିଛି।
📲Get App