🔥 TRENDING ચીખલી પોલીસની મોટી સફળતા! નેશનલ હાઇવે... Uday Pratap college ke upadhyaksh Prat... રાજકોટના આણંદપર નવાગામના દિવેલીયા વિસ્... સુરતમાં હરિ ઈચ્છા પૂજા ઇન્ડસ્ટ્રી પાસે... Monsoon Retreats, Heavy Rain Alerts Ra... Maharashtra Deputy CM Shinde Denounces...
29 Sep 2026•
ગુજરાતી मराठी ਪੰਜਾਬੀ বাংলা
Crime

ଭିଜିଲାନ୍ସ ଜାଲରେ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବାବୁ

✍️ Reporter: Deepak Mahapatra 🗓 29 Sep 2026, 04:58 PM 👁 13
Share: 💬 WhatsApp 📘 Facebook 𝕏 Post
ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକଙ୍କ ଘରେ ରେଡ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ୍ ଫ୍ୟାକ୍ଟରିଜ୍ ଆଣ୍ଡ ବଏଲର୍ସ ଉମାକାନ୍ତ ସାମନ୍ତରାୟଙ୍କ ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ । ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାର ୭ଟି ସ୍ଥାନରେ ଚାଲିଛି ଏହି ଚଢ଼ାଉ । ସ୍ପେଶାଲ ଜଜ୍ ଭିଜିଲାନ୍ସ, ସମ୍ବଲପୁରଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଚାଲିଛି ତଲାସୀ ।

ସମ୍ବଲପୁର ଧନକଉଡ଼ା ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ୩-ବିଏଚ୍‌କେ ଫ୍ଲାଟ୍, ଭୁବନେଶ୍ୱର ନନ୍ଦନବିହାରର ଡୁପ୍ଲେକ୍ସ ଓ ଜଟଣୀ ରେ ଥିବା କୋଠାରେ ଚାଲିଛି ଚଢ଼ାଉ । ସେହିପରି ପୁରୀ ବାଲିଗୁଆଳିର ତୋଟାବେହେରା ସାହିରେ ଥିବା ତିନି ମହଲା କୋଠା, ଖୋର୍ଦ୍ଧା ବାଲୁଗାଁ ସୁବାସ ମାର୍ଗରେ ଥିବା ଦୁଇ ମହଲା କୋଠା ଏବଂ ଅଶୋକନଗରସ୍ଥିତ ପୈତୃକ ଘରେ ମଧ୍ୟ ତଲାସୀ ଚାଲିଛି ।
ସମ୍ବଲପୁର ଡେପୁଟି ଡାଇରେକ୍ଟର ଅଫ୍ ଫ୍ୟାକ୍ଟରିଜ୍ ଆଣ୍ଡ ବଏଲର୍ସଙ୍କ କାର୍ଯ୍ୟାଳୟରେ ଥିବା ତାଙ୍କ ଚେମ୍ବରରେ ମଧ୍ୟ ଭିଜିଲାନ୍ସ ଟିମ୍ ଯାଞ୍ଚ କରୁଛି । ୮ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍‌ଆଇ ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଏହି ଚଢ଼ାଉ ଚାଲିଛି ।
📲Get App