🔥 TRENDING *केन्द्र की सब्सिडी के अतिरिक्त राज्य... સાબરકાંઠા LCB દ્વારા હત્યાના ગુનામાં ફ... நாகர்கோவிலில் மதுமிதா வீட்டில் திருடிய... વલસાડ નજીક પુરઝડપે ગયેલી વેન્યૂ કારે ઇ... Three Arrested in Hyderabad After 34-Y... Bollywood Hungama Releases Photo Set F...
29 Sep 2026•
ગુજરાતી मराठी ਪੰਜਾਬੀ বাংলা
Crime

ସାମାନ୍ୟ ବଚସା ପରେ ଭଣଜା ଆଗରେ ମାମୁକୁ ଗୁଳିମାଡ଼

✍️ Reporter: Deepak Mahapatra 🗓 29 Sep 2026, 04:52 PM 👁 14
Watch on: 📷 Instagram
Share: 💬 WhatsApp 📘 Facebook 𝕏 Post
ଭଣଜା ଆଗରେ ମାମୁକୁ ଗୁଳିମାଡ଼ । ଔଷଧ କିଣିବା ପାଇଁ ବାଇକ୍‌ରେ ଭଣଜା ସହ ଆସୁଥିବା ବେଳେ ଗୁଳିମାଡ଼ ହୋଇଛି । ଆହତ ଅବସ୍ଥାରେ ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଅନ୍ତର୍ଗତ ଲମ୍ଵସରି ପଞ୍ଚାୟତ ସାନଝାରମୁଣ୍ଡାର ମେଟାକାନି ଛକରେ ।

ଗତକାଲି ରାତି ପ୍ରାୟ ୮:୩୦ ସମୟରେ ଲବ କହଁର ନିଜ ଭଣଜା ସହ ବାଇକ୍‌ ଯୋଗେ ଔଷଧ ଆଣିବାକୁ ଯାଉଥିଲେ । ମେଟାକାନି ଛକ ନିକଟରେ ଖାଲ ଯୋଗୁଁ ସେମାନେ ଗାଡ଼ିକୁ ଅଟକାଇଥିଲେ । ସେହି ସମୟରେ ସାମ୍ନାରୁ ଆସୁଥିବା ବାବୁଲି ଦେହୁରିଆଙ୍କୁ ଦେଖି ଲବ ସାଧାରଣ ଭାବେ କୁଆଡ଼େ ଯାଉଛ ବୋଲି ପଚାରିଥିଲେ । କଥାର ଉତ୍ତର ନଦେଇ ହଠାତ୍ ଅଭିଯୁକ୍ତ ବାବୁଲି ପିସ୍ତଲ କାଢ଼ି ତାଙ୍କୁ ଗୁଳି ଚଳାଇଥିଲା। ଆଉ ଗୁଳିଟି ଲବଙ୍କ ବାମ ଜଙ୍ଘରେ ବାଜିଥିଲା। ତାଙ୍କୁ ତୁରନ୍ତ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଖବର ପାଇ କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ଫାଙ୍କା ଖୋକା ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପୁଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତ ବାବୁଲି ଓ ତା’ର ସାଥୀ ଫେରାର ହୋଇଯାଇଛନ୍ତି । ବିନା କୌଣସି କାରଣରେ ଏପରି ଗୁଳିକାଣ୍ଡ ଘଟିବା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିବା ସହ ପୋଲିସର ଆଇନ ଶୃଙ୍ଖଳା ରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
📲Get App