अपराध
୩୫ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ, ଘରୁ ବାହାରିଲା ନଗଦ ୫ ଲକ୍ଷ
୩୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଯାଜପୁର ଜିଲ୍ଲା ବଡ଼ଚଣାବ୍ଲକ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶଙ୍କ ଘରୁ ନଗଦ ୫ ଲକ୍ଷ ୧୫ ହଜାର ୨୦୦ ଟଙ୍କା ଜବତ କରାଯାଇଛି। ଏହି ଟଙ୍କା ତାଙ୍କର କଟକର ଜଗତପୁର ସ୍ଥିତ ଜେନାମଣି ମଣ୍ଡପ ନିକଟସ୍ଥ ବାସଭବନରୁ ଜବତ କରାଯାଇଛି।
ବକେୟା ବିଲ୍ ପାସ୍ କରିଦେବା ପାଇଁ ଜଣେ ଠିକାଦାରଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଗତକାଲି ରାତିରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ। ତାଙ୍କର ଜଣେ ସହଯୋଗୀ ଶ୍ୟାମସୁନ୍ଦର ସେଠୀଙ୍କୁ ମଧ୍ୟ ଧରିଥିଲା ଭିଜିଲାନ୍ତସ। ଶ୍ୟାମସୁନ୍ଦରଙ୍କ ମାଧ୍ୟମରେ ଲାଞ୍ଚ ନେଉଥିଲେ ବନ୍ଦିତା ଦାଶ।
ଲାଞ୍ଚ ନେଇ ଶ୍ରୀମତୀ ଦାଶ ଧରାପଡ଼ିବା ପରେ ତାଙ୍କର ଏକାଧିକ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା। ଏହି କ୍ରମରେ ଆଜି ତାଙ୍କର ଜଗତପୁର ସ୍ଥିତ ବାସଭବନରେ ଚଢ଼ାଉ ବେଳେ ୫ ଲକ୍ଷ ୧୫ ହଜାର ୨୦୦ ଟଙ୍କା ଜବତ କରିଛି ଭିଜିଲାନ୍ସ।
ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ଶ୍ରୀମତୀ ଦାଶ ବହୁ ସଂପତ୍ତି ଠୁଳ କରିଥିବା ଆଶଙ୍କା କରାଯାଉଛି।
ଅନ୍ୟପକ୍ଷରେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଘର ଓ ଅଫିସ୍ ସମେତ ମୋଟ ୯ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି। ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାର ଆଦି ସ୍ଥାନରେ ଏହି ରେଡ୍ କରାଯାଇଛି।
ସମ୍ବଲପୁର ଧନକଉଡ଼ା ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ତାଙ୍କର ୩-ବିଏଚ୍କେ ଫ୍ଲାଟ୍, ଭୁବନେଶ୍ୱର ନନ୍ଦନବିହାରର ଡୁପ୍ଲେକ୍ସ ଓ ଜଟଣୀରେ ଥିବା କୋଠାରେ ଏହି ଚଢ଼ାଉ କରାଯାଇଛି। ତା’ ସହିତ ପୁରୀ ବାଲିଗୁଆଳିର ତୋଟାବେହେରା ସାହିରେ ଥିବା ତିନି ମହଲା କୋଠା, ଖୋର୍ଦ୍ଧା ବାଲୁଗାଁ ସୁବାସ ମାର୍ଗରେ ଥିବା ଦୁଇ ମହଲା କୋଠା ଏବଂ ଅଶୋକନଗରସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ୮ ଜଣ ଡିଏସ୍ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍ଆଇ ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଏହି ଚଢ଼ାଉ କରାଯାଇଛ।