🔥 TRENDING *केन्द्र की सब्सिडी के अतिरिक्त राज्य... સાબરકાંઠા LCB દ્વારા હત્યાના ગુનામાં ફ... நாகர்கோவிலில் மதுமிதா வீட்டில் திருடிய... વલસાડ નજીક પુરઝડપે ગયેલી વેન્યૂ કારે ઇ... Three Arrested in Hyderabad After 34-Y... Bollywood Hungama Releases Photo Set F...
29 Sep 2026•
ગુજરાતી मराठी ਪੰਜਾਬੀ বাংলা
Crime

ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶଙ୍କୁ ବାନ୍ଧିଲା ଭିଜିଲାନ୍ସ

✍️ Reporter: Deepak Mahapatra 🗓 29 Sep 2026, 04:44 PM 👁 13
Share: 💬 WhatsApp 📘 Facebook 𝕏 Post
ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (AEE) ଶିଶିର କୁମାର ଦାଶଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ଗତ ରବିବାର ତାଙ୍କର ଏକାଧିକ ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସେ ତାଙ୍କ ଆୟଠାରୁ ଅଧିକ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ତାଙ୍କ ସଂପତ୍ତି ମଧ୍ୟରେ ରହିଛି ଦୁଇଟି ବହୁତଳ କୋଠା। ଭୁବନେଶ୍ୱରର ବରମୁଣ୍ଡାରେ ତାଙ୍କର ଏକ ୪ ମହଲା କୋଠା ଅଛି। ଏହା ପ୍ରାୟ ୬,୭୬୦ ବର୍ଗଫୁଟ ଜାଗାରେ ତିଆରି ହୋଇଛି। ସେହିପରି ବ୍ରହ୍ମପୁରର ନୀଳାଚଳ ନଗରରେ ତାଙ୍କର ଏକ ଦୁଇ ମହଲା କୋଠା ଅଛି। ଏହାକୁ ପ୍ରାୟ ୨,୫୦୦ ବର୍ଗଫୁଟ ଜାଗାରେ ନିର୍ମାଣ କରାଯାଇଛି।

ଏହା ବଦ୍ ତାଙ୍କର ୬ଟି ମୂଲ୍ୟବାନ ପ୍ଲଟ୍ ଅଛି। ସେଥିରୁ ୩ଟି ବ୍ରହ୍ମପୁରରେ ରହିଛି। ବାକି ତିନୋଟିରୁ ଗୋଟିଏ ପୁରୀ, ଗୋଟିଏ ଖୋର୍ଦ୍ଧା ଓ ଗୋଟିଏ ଗଞ୍ଜାମର ଗୋବରାରେ ଅଛି। ସେ ୮୨ ଲକ୍ଷ ଟଙ୍କା ଜମା ରଖିଛନ୍ତି। ତାଙ୍କର ଗୋଟିଏ କାର ମଧ୍ୟ ଅଛି। ଏହା ବାଦ୍ ତାଙ୍କର ଅନ୍ୟାନ୍ୟ ସଂପତ୍ତି ରହିଛି।

ଏତେ ସବୁ ସମ୍ପତ୍ତି ଶ୍ରୀ ଦାଶ କିପରି ଠୁଳ କଲେ,ତା’ର କୌଣସି ସନ୍ତୋଷଜନକ ଉତ୍ତର ସେ ଭିଜିଲାନ୍ସକୁ ଦେଇପାରି ନଥିଲେ। ଏହା ପରେ ତାଙ୍କୁ ଗିରଫ କରାଯାଇଛି। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଶ୍ରୀ ଦାଶଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷରେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଆଜି ସମ୍ବଲପୁର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କ ଘର ଓ ଅଫିସ୍ ସମେତ ମୋଟ ୯ଟି ସ୍ଥାନରେ ଏକକାଳୀନ ରେଡ୍ କରାଯାଇଛି। ସମ୍ବଲପୁର, ଭୁବନେଶ୍ୱର, ପୁରୀ ଓ ଖୋର୍ଦ୍ଧାର ଆଦି ସ୍ଥାନରେ ଏହି ରେଡ୍ କରାଯାଇଛି।
ସମ୍ବଲପୁର ଧନକଉଡ଼ା ସନ୍ ସିଟି ଆପାର୍ଟମେଣ୍ଟରେ ଥିବା ତାଙ୍କର ୩-ବିଏଚ୍‌କେ ଫ୍ଲାଟ୍, ଭୁବନେଶ୍ୱର ନନ୍ଦନବିହାରର ଡୁପ୍ଲେକ୍ସ ଓ ଜଟଣୀରେ ଥିବା କୋଠାରେ ଏହି ଚଢ଼ାଉ କରାଯାଇଛି। ତା’ ସହିତ ପୁରୀ ବାଲିଗୁଆଳିର ତୋଟାବେହେରା ସାହିରେ ଥିବା ତିନି ମହଲା କୋଠା, ଖୋର୍ଦ୍ଧା ବାଲୁଗାଁ ସୁବାସ ମାର୍ଗରେ ଥିବା ଦୁଇ ମହଲା କୋଠା ଏବଂ ଅଶୋକନଗରସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଇଛି। ୮ ଜଣ ଡିଏସ୍‌ପି, ୧୧ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସ୍‌ଆଇ ଓ ଅନ୍ୟ ସହଯୋଗୀ କର୍ମଚାରୀଙ୍କୁ ନେଇ ଏହି ଚଢ଼ାଉ କରାଯାଇଛ।

ସେହିପରି ଗତକାଲି ରାତିରେ ଜଣେ ଠିକାଦାରଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିବା ଯାଜପୁର ଜିଲ୍ଲା ବଡ଼ଚଣାବ୍ଲକ ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶଙ୍କ ଘରୁ ନଗଦ ୫ ଲକ୍ଷ ୧୫ ହଜାର ୨୦୦ ଟଙ୍କା ଜବତ କରାଯାଇଛି।
📲Get App