🔥 TRENDING इचिंग बोर्ड कॉलोनी में दो दिनों से लाव... Fatal Bike Accident in Bagalpur: Conta... रामगढ़ में टीवी मरीजों को 75 पोषण किट... RCA election voting in Jaipur marred b... मयूर विहार से एम्स तक सिग्नल-फ्री सफर... Interest-free business loans to 1,970...
29 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

ଭୁବନେଶ୍ୱରରୁ ନିଖୋଜ ୩ ପିଲା ଉଦ୍ଧାର

✍️ Reporter: Deepak Mahapatra 🗓 29 Sep 2026, 05:08 PM 👁 14
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ବରରୁ କାଲି ନିଖୋଜ ହୋଇଥିବା ୩ ପିଲା ଉଦ୍ଧାର । ଜଗତସିଂହପୁର ବାଲିକୁଦା ଅଞ୍ଚଳରୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ କାଲି ନିଖୋଜ ହୋଇଥିଲେ ।
ରାଜଧାନୀରେ ଗତକାଲି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ଟ୍ୟୁସନ ଯାଇ ୩ ପିଲା ଆଉ ଘରକୁ ଫେରିନଥିଲେ । ନିଖୋଜଙ୍କ ମଧ୍ୟରେ ୨ ଜଣ ନବମ ଶ୍ରେଣୀ ଛାତ୍ର ଥିବାବେଳେ ଜଣେ ସପ୍ତମ ଶ୍ରେଣୀ ଛାତ୍ର ଥିଲେ । ସେମାନେ ସୀତାନାଥ ଓ ଆଦର୍ଶ ବସ୍ତି ଅଞ୍ଚଳରୁ ନିଖୋଜ ହୋଇଥିବାର ସୂଚନା ମିଳିଛି ।
ଚାରିଆଡେ ଖୋଜାଖୋଜି ପରେ କୌଣସି ସ୍ଥାନରେ ପତ୍ତାନମିଳିବା ପରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ସିସିଟିଭି ଆଧାରରେ ଖୋଜାଖୋଜି କରୁଥିଲା ।
📲Get App