🔥 ट्रेंडिंग અંબાજી મંદિરમાં આજે પ્રક્ષાલન વિધિ: બપ... ರಸ್ತೆ ಕಾಮಗಾರಿಗೆ ಅನುದಾನ ನೀಡಲು ಮನವಿ মহিলাদল থেকে গেওখালি যাওয়ার রাস্তা সা... રાજુલા આંગણવાડી કેન્દ્ર નંબર ૨૨ ખાતે ‘... माहनदी बाढ़ चेतावनी: मुंडाली बाँध आज र... ओडिशा विधानसभा दो बार स्थगित, बीजेडी व...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ସୂଚନା

✍️ रिपोर्टर: Deepak Mahapatra 🗓 28 सित. 2026, 01:04 PM 👁 19
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଖୁବଶୀଘ୍ର ଓରାଙ୍ଗଉଟାନଙ୍କର ଡିଏନଏ ଟେଷ୍ଟ କରାଯିବ । ଆଉ ଏହା ରାଜ୍ୟ ବାହାରେ ହେବ । ଏନେଇ ରବିବାର ସୂଚନା ଦେଇଛନ୍ତି ୱାଇଲ୍ଡ ଲାଇଫ ପିସିସିଏଫ୍ ପ୍ରେମ ଝା ।

ସେ କହିଛନ୍ତି, ଓରାଙ୍ଗଉଟାନଙ୍କ ଡିଏନଏ ଟେଷ୍ଟ କରିବା ପାଇଁ ଆମ ପାଖରେ ଉପଯୁକ୍ତ ଲାବୋରୋଟାରୀ ନାହିଁ। ଏପରିକି ଆମ ଦେଶରେ ମଧ୍ୟ ଏପରି ଲ୍ୟାବ୍ କମ୍ ରହିଛି । ତେଣୁ ଡିଏନଏ ଟେଷ୍ଟ କରିବାରେ ସମୟ ଲାଗୁଛି । ଖୁବଶୀଘ୍ର ସେମିତି ଲ୍ୟାବ ଖୋଜିକି ଆମେ ସେମାନଙ୍କର ଡିଏନଏ ଟେଷ୍ଟ କରିବୁ।

ଏହା ସହ ଶ୍ରୀ ଝା କହିଛନ୍ତି ଯେ, ଓରାଙ୍ଗଉଟାନମାନଙ୍କୁ ଉଦ୍ଧାର କଲାପରେ ଆମେ ସେମାନଙ୍କୁ ନନ୍ଦନକାନନରେ ରଖିଥିଲୁ । ସେଠାରେ ସେମାନଙ୍କର ଉତ୍ତମ ରକ୍ଷଣାବେକ୍ଷଣ ଚାଲିଛି । ନିୟମ ଅନୁସାରେ, ସାଇଟିସ୍‌ରେ ମ୍ୟାନେଜମେଣ୍ଟ ଅଥରିଟି ହିଁ କହିପାରିବେ କି ଆମେ ତାଙ୍କୁ ଏଠାରେ ରଖିବୁ ନା ସେମାନଙ୍କର ଜନ୍ମସ୍ଥାନକୁ ପଠାଇବୁ। ନନ୍ଦନକାନନରେ ୫ ଓରାଙ୍ଗଓଟାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ସେ କହିଛନ୍ତି ।
ଆଜି ଠାରୁ ଆରମ୍ଭ ହୋଇଛି ୭୨ତମ ବନ୍ୟପ୍ରାଣୀ ସପ୍ତାହ। ଚଳିତ ବର୍ଷର ଥିମ ହେଉଛି protect Wildlife, protect our future । ଓଡ଼ିଶାର ବନ୍ୟଜନ୍ତୁଙ୍କୁ ସୁରକ୍ଷା ଯୋଗେଇବା ନେଇ ଲୋକଙ୍କୁ ଅପିଲ କରିଛନ୍ତି ୱାଇଲ୍ଡ ଲାଇଫ ପିସିସିଏଫ୍ ।

ସେ କହିଛନ୍ତି, ହାତୀ ଆକ୍ରମଣ ଜନିତ ମୃତ୍ୟୁର କ୍ଷତି ପୂରଣକୁ ୧୦ ଲକ୍ଷକୁ ବୃଦ୍ଧି କରାଯାଇଛି । ଗଜ ସାଥୀ ମୁତୟନ କରାଯାଉଛି। ହାତୀଙ୍କ ସୁରକ୍ଷା ପାଇ ପାଇ Ai ଚାଳିତ ଟାୱାର ନିର୍ମାଣ କରାଯାଉଛି, ଯାହା ଜଙ୍ଗଲରେ ନିଆଁ ଲାଗିଲେ ପୂର୍ବରୁ ସୂଚନା ଦେବ । ଫଳରେ ଅନେକ ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିବ । ଥର୍ମାଲ ଡ୍ରୋନ ସହ, ହାତୀଙ୍କ ହେହରେ ରେଡିଓ କୋଲାର ଲଗାଯାଉଛି । ଉନ୍ନତ ଜ୍ଞାନ କୌଶଳ ଯୋଗୁ ହାତୀ ଗତି ଗତିବିଧି ଜାଣି ହେଉଛି । ‌ଆଡ୍‌ଭେଞ୍ଚର ଟୁରିଜିମ୍‌କୁ ଗୁରୁତ୍ୱ ଦିଆଯିବ । ଚନ୍ଦକା, ଶିମିଳିପାଳ ସାତକୋଶିଆରେ ଆଡଭେଞ୍ଚର ଟୁରିଜତମ୍ କରିବାକୁ ବନ ବିଭାଗ ଯୋଜନା କରିଛନ୍ତି ।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଯୋଜନା ପୂର୍ବରୁ ଫେଲ୍ ମରିଲା। ସବୁ ଠିକ୍ ଠାକ୍ ଚାଲିଲେ ସାତକୋଶିଆ ପୁଣି ଥରେ ବାଘ ପ୍ରକଳ୍ପ ପାଇଁ ଯୋଜନା କରାଯାଉଛି । NTCAର ଗାଇଡ଼ଲାଇନ ଅନୁସାରେ ସୁରକ୍ଷିତ ବ୍ୟାଘ୍ର କରିଡ଼ର କରାଯାଉଛି । ଖଣିଖାଦାନ ଅଞ୍ଚଳରେ ହାତୀ କରିଡର୍ ଉପରେ ଧ୍ୟାନ ଦିଆଯାଉଛି । ବାରହା ଶିକାର ପାଇଁ ବିଛା ଯାଇଥିବା ତାର ଯୋଗୁ ହାତୀମାନଙ୍କର ମୃତ୍ୟୁ ହେଉଛି। ଶିକାରୀ ଓ ସ୍ମଗଲରଙ୍କୁ ଧରିବା ପାଇଁ ବିଭିନ୍ନ ଜ୍ଞାନ କୌଶଳ ବ୍ୟବହାର କରାଯାଉଛି।
ତାମିଲନାଡୁରୁ ଓଡ଼ିଶା ସରକାର ଆଣିବେ ୫ କୁମକି ହାତୀ। ଚନ୍ଦକା କୁମାର ଖୁଣ୍ଟି ରେ ହାତୀଙ୍କ ଅଧିକ ପ୍ରଶିକ୍ଷଣ ଦିଆଯିବ। ଆସନ୍ତା ବର୍ଷ ବେଳକୁ ଚନ୍ଦକାରେ ହାତୀ ଗବେଷଣା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରେ ବୋଲି ପ୍ରେମ ଝା କହିଛନ୍ତି।
📲Get App