🔥 ट्रेंडिंग हेराल्ड गोवा ने अपनाया नया नारा “Prese... राष्ट्रीय CVD सम्मेलन 2026 गोवा में सम... सावंत ने कांग्रेस पर चुनावी हार के बाद... भारत में कार्यालय किराया 54.4 मिलियन व... रूस ने भारत की स्थायी यूएन सुरक्षा परि... नागालैंड डियर लॉटरी परिणाम 25 सितंबर 2...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ଫୁଲୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

✍️ रिपोर्टर: Deepak Mahapatra 🗓 28 सित. 2026, 01:00 PM 👁 21
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଫୁଲୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୯.୨୩ ଫୁଟ ରହିଛି । ପ୍ରବେଶ କରୁଛି ୫ ଲକ୍ଷ ୫୭ ହଜାର ୫୯୦ କ୍ୟୁସେକ ଜଳ । ଆଉ ନିଷ୍କାସନ ହେଉଛି ୪ ଲକ୍ଷ ୭୫ ହଜାର କ୍ୟୁସେକ ଜଳ । ପଶ୍ଚିମ ଓଡ଼ିଶା ଓ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ପରେ ଫୁଲୁଛି ମହାନଦୀ। ସ୍ଥିତିର ମୁକାବିଲା ଲାଗି ହୀରାକୁଦରେ ୨୮ ଗେଟ୍ ଦେଇ ଡ୍ୟାମରୁ ନିଷ୍କାସନ ହେଉଛି ବନ୍ୟାଜଳ। ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡିବା ଫଳରେ ମହାନଦୀରେ ତୃତୀୟ ବନ୍ୟା ଜଳ ପ୍ରବାହିତ ହେଉଛି।
ହୀରାକୁଦ ଜଳ ଭଣ୍ଡାରରୁ ୨୮ ଗୋଟି ଗେଟଦେଇ ମହାନଦୀରେ ବନ୍ୟାପାଣି ନିଷ୍କାସନ ହେଉଛି I ଯେଉଁଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ଗୁଲାପଡା ପୋଲ ଉପରେ ୫ ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି। ପରିବା ଓ ଧାନ ଚାଷ ନଷ୍ଟ। ବିନିକାରୁ ଗୁଲାପଡା ଓ ଝରାପଡାକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ଛତିଶଗଡ଼ରେ ବର୍ଷା ପରେ ଗେଟ୍ ଖୋଲିଲା ହୀରାକୁଦ। ଫୁଲିଛି ମହାନଦୀ, ଅସୁଛି ବନ୍ୟା। ହୀରାକୁଦ ଜଳଭଣ୍ଡାର ପାଣି ଛାଡିବା ଫଳରେ ମହାନଦୀରେ ତୃତୀୟ ବନ୍ୟା ଜଳ ପ୍ରବାହିତ ହେଉଛି। ଦୁଇ କୂଳ ଖାଇ ମାଡ଼ି ଆସୁଛି ପାଣି। ପ୍ରବଳ ଗର୍ଜନ କରି ତଳମୁଣ୍ଡକୁ ପ୍ରବାହିତ ହେଉଛି ପାଣି। ଫଳରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ଛୋଟ ଧରଣର ବନ୍ୟା ସ୍ଥିତି ଉପୁଜିବାର ଆଶଙ୍କା ଦେଖାଦେଇଛି। ହୀରାକୁଦ ଡ୍ୟାମର ୨୮ ଗେଟ୍ ଖୋଲିବା ପରେ ମୁଣ୍ଡଳି ଦେଇ ଜଳ ପ୍ରବାହ ବୃଦ୍ଧି ପାଇଛି।
📲Get App