🔥 ट्रेंडिंग মহিলাদল থেকে গেওখালি যাওয়ার রাস্তা সা... રાજુલા આંગણવાડી કેન્દ્ર નંબર ૨૨ ખાતે ‘... माहनदी बाढ़ चेतावनी: मुंडाली बाँध आज र... ओडिशा विधानसभा दो बार स्थगित, बीजेडी व... नवीन पाटलिपुत्र ने ओडिशा के अधिकारों क... ए2ज़ टैकसकॉर्प ने छत्तीसगढ़ को एआई‑आधा...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ପୁଲିସକୁ ଆକ୍ରମଣ ଘଟଣାରେ ୫ ମହିଳାଙ୍କ ସମେତ ୧୩ ଗିରଫ

✍️ रिपोर्टर: Deepak Mahapatra 🗓 28 सित. 2026, 01:00 PM 👁 22
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବାଉରୀ ସାହିରେ, ଘଟିଥିବା ବୋମାମାଡ, ବେଆଇନ ଭାବେ ଜଣେ ଯୁବକଙ୍କୁ ଅଟକ ଓ ପୁଲିସକୁ ଆକ୍ରମଣ ଘଟଣାରେ ବ୍ରହ୍ମପୁର ସଦର ଥାନା ପୁଲିସ ୧୩ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୮ ଜଣ ପୁରୁଷ ଓ ୫ ଜଣ ମହିଳା ରହିଛନ୍ତି।ଗତ ୧୪ ସେପ୍ଟେମ୍ବର ଅପରାହ୍ନ ପ୍ରାୟ ୪ଟା ସମୟରେ ୮ରୁ ୧୦ ଜଣ ଦୁର୍ବୃତ୍ତ ମୋଟରସାଇକେଲ ଯୋଗେ କୁକୁଡାଖଣ୍ଡି ବାଉରୀ ସାହିକୁ ଆସି ଖଣ୍ଡା ଓ ବୋମା ଫିଙ୍ଗି ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲେ। ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ କାବୁ କରିବା ସହ ଦୁଇଟି ଗାଡ଼ି ଜବତ କରିଥିଲେ। ଏହି ସମୟରେ ଜଣେ ଅଭିଯୁକ୍ତଙ୍କୁ ମାଡ଼ ମାରି ଆହତ କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ସାହିର କୋଠ ଘରେ ଅଟକ ରଖାଯାଇଥିଲା।

ଖବର ପାଇ ପୁଲିସ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳକୁ ପହଞ୍ଚିଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ପୁଲିସ ଉପରକୁ ପଥରମାଡ଼ କରି ପୁଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ପୁଲିସ କର୍ମଚାରୀଙ୍କୁ ଧମକ ଦେବା ସହ ଗାଳିଗୁଲଜ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଅଟକ ରଖାଯାଇଥିବା ବ୍ୟକ୍ତି ଜଣକ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ତାଲାବନ୍ଦ ଅବସ୍ଥାରେ ରହିଥିଲେ। ପରେ ବରିଷ୍ଠ ପୁଲିସ ଅଧିକାରୀ, ଅତିରିକ୍ତ ପୁଲିସ ବଳ ଏବଂ କୁକୁଡାଖଣ୍ଡି ତହସିଲଦାର-କମ୍-ଏକ୍ସିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଥିଲା।
ଏହି ଘଟଣାକୁ ନେଇ ବ୍ରହ୍ମପୁର ସଦର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଘଟଣା ସହ ସମ୍ପୃକ୍ତ ଆଉ ତିନୋଟି ମାମଲା ମଧ୍ୟ ରୁଜୁ ହୋଇଛି। ତଦନ୍ତ ସମୟରେ ଘଟଣାସ୍ଥଳ ପରିଦର୍ଶନ, ସାକ୍ଷୀଙ୍କ ବୟାନ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ ପରେ ୧୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
📲Get App