🔥 TRENDING આજરોજ શ્રી ઉગલવાણ પ્રાથમિક શાળામાં પંડ... ಜೇಸಿಐ ಸುಳ್ಯ ಪಯಸ್ವಿನಿಯ ಅಶೋಕ್ ಚೂಂತಾರುರವರ... Samrat Choudhary Meets LPU Founder to... विशाल राजपूत नामक युवक रातों-रात वीडिय... Bihar CM Monitors Floods as Gandak Riv... Tata Teleservices (Maharashtra) Ltd Se...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Health

ଡିୟୁଟିରେ ଥିବା ବେଳେ ଅଡ୍ରାଫ ଯବାନକୁ କାମୁଡିଲା ସାପ

✍️ Reporter: Deepak Mahapatra 🗓 28 Sep 2026, 02:42 PM 👁 8
Share: 💬 WhatsApp 📘 Facebook 𝕏 Post
ଡିୟୁଟିରେ ଥିବାବେଳେ ଅଡ୍ରାଫ ଯବାନକୁ କାମୁଡିଲା ସାପ । ଗୁରୁତର ଅବସ୍ଥାରେ ତାଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ସେ ବଡ଼ସାହି ବ୍ଲକର ନାଖରା ପୋଲ ଉପରେ ଡିୟୁଟିରେ ଥିଲେ ।ରାତିରେ ଯବାନ ଜଣକ ଖାଇବା ପରେ ହାତ ଧୋଉଥିଲେ । ସେହି ସମୟରେ ପାଣି ଭିତରେ ପାଦରୁ ରକ୍ତ ବାହାରୁଥିବାର ଦେଖିଥିଲେ । ଭଲ କରି ଦେଖିବାରୁ ପାଦରେ ସାପ କାମୁଡ଼ାର ଚିହ୍ନ ଦେଖିଥିଲେ । ଏହା ପରେ ତାଙ୍କୁ ଅନ୍ୟ ସାଥିମାନେ ସଙ୍ଗେସଙ୍ଗେ ବାରିପଦା ମେଡିକାଲକୁ ନେଇ ଆସିଥିଲେ । ଆହତ ଓଡ୍ରାଫ ଜବାନ ଜଣଂକ ହେଲେ ଅରୁଣ କୁମାର ମହାନ୍ତି । ସେ ବାରିପଦା ୫ମ ବାଟାଲିୟନ ପରିସରେ ରହନ୍ତି । ଆଉ ତାଙ୍କ ଘର କରଞ୍ଜିଆ ଅଞ୍ଚଳରେ ବୋଲି ଜଣାପଡ଼ିଛି ।
ଗତକାଲି ରାତିରେ ଖବରପାଇ ମୟୁରଭଞ୍ଜ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଓଡ୍ରାଫର ଅଧିକାରୀ ଏବଂ ପ୍ରଶାସନର ଅନେକ ଅଧିକାରୀ ମେଡିକାଲରେ ପହଞ୍ଚିଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ପାଇଁ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଇଥିଲା।
📲Get App