🔥 TRENDING Up police constable राकेश टिकैत ने ललितपुर में किसानों की... தமிழ்நாட்டில் இன்று 5 மாவட்டங்களில் கன... गुना: चार शातिर बाइक चोर गिरफ्तार, 24... श्री राम यात्रा कंपनी गिरधरपुरा कोटा द... મેગા સ્વછતા અભિયાન
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Health

ପହଞ୍ଚି ପାରିଲାନି ଆମ୍ୱୁଲାନ୍ସ; ବାତ୍ୟା ଆଶ୍ରୟସ୍ଥଳୀରେ ଜନ୍ମ ନେଲା ଶିଶୁ

✍️ Reporter: Deepak Mahapatra 🗓 28 Sep 2026, 12:56 PM 👁 23
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ରାଜ୍ୟର ଅନେକ ସ୍ଥାନରେ ଲଗାତାର ବର୍ଷା ଫଳରେ ବନ୍ୟା ପରିସ୍ଥିତି ଉପୁଜିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ପ୍ରଶାସନ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଥିଲେ । ଏହା ମଧ୍ୟରେ ଏକ ବାତ୍ୟା ଆଶ୍ରୟସ୍ଥଳୀରେ ଜନ୍ମ ନେଇଛି ଶିଶୁ। ଘଟଣା ଘଟିଛି ବାଲେଶ୍ୱର ଛାନୁଆ ପଂଚାୟତ ସାନ ଗୋବରା ଗାଁରେ । ଅବପାତ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗିରହିଥିଲା । ଫଳରେ ସାନ ଗୋବରା ଗାଁ ସମ୍ପୂର୍ଣ୍ଣ ଭାବରେ ଜଳବନ୍ଦୀ ହୋଇଯାଇଥିଲା । ଠିକ ସମୟରେ ଆମ୍ୱୁଲାନ୍ସଟି ପହଞ୍ଚି ପାରିନଥିଲା । ଭୋର୍ ସମୟରେ ପିଲାର ମା’ଙ୍କର ଲେବର ପେନ୍ ଆରମ୍ଭ ହୋଇଥିଲା । ଆଉ ସକାଳୁ ବାତ୍ୟା ଆଶ୍ରୟସ୍ଥଳୀରେ ହିଁ କୁନି ଶିଶୁଟି ଜନ୍ମ ନେଇଥିଲା ।
ଓଡ଼୍ରାଫ୍ ଦ୍ଵାରା ଉଭୟ ମା ଓ ଶିଶୁଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରୁ ଉଦ୍ଧାର କରି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି । ବର୍ତ୍ତମାନ ଉଭୟ ମା ଓ ଶିଶୁ ସୁସ୍ଥ ଥିବାର ଜଣାପଡ଼ିଛି ।
📲Get App