🔥 TRENDING ఆదిలాబాద్: బ్యాక్ లాగ్ పోస్టులు భర్తీ... ఆదిలాబాద్: జైలు సందర్శించిన న్యాయ సేవా... शाहपुर कला में जलभराव और गंदगी पर ग्रा... સાબરકાંઠા LCB દ્વારા આઠ વર્ષ જૂનો ઘરફો... Regenta Place Golden Castle Opens in B... 136 Trekkers Stranded in Uttarakhand,...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Crime

ଘାସ ମରା ବିଷ ଦେଇ ନବବଧୂକୁ ମାରିଦେଲେ !

✍️ Reporter: Deepak Mahapatra 🗓 28 Sep 2026, 01:10 PM 👁 8
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ । ଘାସ ମରା ବିଷ ଦେଇ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଶାସନ ବାଡ ଗାଁରେ ।ପୁରୁଣା ବାଲେଶ୍ଵର ଅଞ୍ଚଳର ଅମ୍ବିକା ସ୍ୱାଇଁଙ୍କର ଦେଢ଼ ବର୍ଷ ପୂର୍ବରୁ ବିବାହ ହୋଇଥିଲା । ବିବାହ ପରେ ପରିବାରରେ ଅଶାନ୍ତି ଲାଗିରହିଥିଲା । ଏପରିକି ଅମ୍ବିକାଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ନିର୍ଯାତନା ଦେଉଥିଲେ । ତେଣୁ ଝିଅଙ୍କୁ ଘାସ ମରା ବିଷ ଦେଇ ହତ୍ୟା କରାଯାଇଥିବାର ଅଭିଯୋଗ କରିଛନ୍ତି ମୃତକଙ୍କର ପରିବାର । ବିଷ ପିଇବା ପରେ ପ୍ରଥମେ ତାଙ୍କୁ ବାଲେଶ୍ଵର ଫକୀର ମୋହନ ମେଡିକାଲ କଲେଜକୁ ନିଆଯାଇଥିଲା । ଆଉ ଅବସ୍ଥା ସଙ୍କଟାପୂର୍ଣ୍ଣ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।
ପରିବାରଲୋକଙ୍କ ଅଭିଯୋଗ ପରେ ଅମ୍ବିକାଙ୍କ ସ୍ୱାମୀ ଓମ ପ୍ରକାଶ ସ୍ୱାଇଁଙ୍କୁ ବାଲେଶ୍ଵର ଶିଳ୍ପାଞ୍ଚଳ ଥାନାରେ ଅଟକ ରଖିଛି ପୁଲିସ । ଓମ ପ୍ରକାଶଙ୍କୁ ପଚରାଉଚରା କରିବା ସହ ତଦନ୍ତ କରାଯାଉଥିବା କହିଛନ୍ତି ଶିଳ୍ପାଞ୍ଚଳ ଥାନା ଅଧିକାରୀ ।
📲Get App