🔥 TRENDING नशिराबाद प्रवेशद्वाराजवळ पुन्हा अपघाता... गढ़मुक्तेश्वर में भागवत कथा के दूसरे द... અંબાજી મંદિરમાં આજે પ્રક્ષાલન વિધિ: બપ... ರಸ್ತೆ ಕಾಮಗಾರಿಗೆ ಅನುದಾನ ನೀಡಲು ಮನವಿ মহিলাদল থেকে গেওখালি যাওয়ার রাস্তা সা... રાજુલા આંગણવાડી કેન્દ્ર નંબર ૨૨ ખાતે ‘...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Crime

କାହିଁକି ଏମିତି ପଦକ୍ଷେପ ନେଲେ ଆଲବମ୍ କଳାକାର

✍️ Reporter: Deepak Mahapatra 🗓 28 Sep 2026, 01:02 PM 👁 17
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଘୁଚାପାଳି ଗାଁର ଜଣାଶୁଣା ସମ୍ବଲପୁରୀ ଆଲବମ କଳାକାର ତଥା ସଂକୀର୍ତ୍ତନ ଗାୟିକା ଜସ୍ମିନ ମାଝୀଙ୍କର ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ଅଭିଯୋଗ ଅନୁଯାୟୀ, ଗତ ଶୁକ୍ରବାର ସେ ଘରେ ପାଇଖାନା ସଫା କରିବାକୁ ରଖାଯାଇଥିବା ଏସିଡ ପାଣିକୁ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନାକୁ ନେଇଥିଲେ। ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ଜସ୍ମିନଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି।

ଏହି ଖବର ବ୍ୟାପିବା ପରେ ପୂରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ ଜସ୍ମିନ କାହିଁକି ଏମିତି ଏକ ପଦକ୍ଷେପ ନେଲେ ତାହା ଜଣାପଡ଼ିନି।
📲Get App