🔥 TRENDING નબીપુર નજીક તલવારની અણીએ લૂંટના પ્રયાસ... Trump Suggests Pre-Midterm Strikes on... शहीद कुंदन का अस्थि कलश तिरंगे में लिप... Vikram Misri Discusses Russia and Iran... India Must Navigate Diplomatic Tightro... Political Clash Escalates as Calls Gro...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Jobs & Career

ଦାୟିତ୍ୱ ନେଲେ ଭୁବନେଶ୍ୱରର ନୂଆ ଡିସିପି

✍️ Reporter: Deepak Mahapatra 🗓 26 Sep 2026, 01:45 PM 👁 31
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post

ତିନି ଦିନ ତଳେ ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଥିଲେ। ସେଥିରେ ଡ. ସର୍ବଣା ବିବେକ ଏମ୍‌ଙ୍କୁ ଭୁବନେଶ୍ୱର ଡିସିପି ଭାବେ ବଦଳି କରାଯାଇଥିଲା।

ଭୁବନେଶ୍ୱର ଡିସିପି ଭାବେ ଶୁକ୍ରବାର ଦାୟିତ୍ୱ ନେଇଛନ୍ତି ଡ. ସର୍ବଣା ବିବେକ ଏମ୍‌। ଏହା ପୂର୍ବରୁ ସେ ବ୍ରହ୍ମପୁର ଏସ୍‌ପି ଭାବେ କାର୍ଯ୍ୟ କରୁଥିଲେ।

ତିନି ଦିନ ତଳେ ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଥିଲେ। ସେଥିରେ ଡ. ସର୍ବଣା ବିବେକ ଏମ୍‌ଙ୍କୁ ଭୁବନେଶ୍ୱର ଡିସିପି ଭାବେ ବଦଳି କରାଯାଇଥିଲା। ଜଗମୋହନ ମୀନା ଚାକିରି ଛାଡ଼ି ଦେବା ପରେ ଏହି ପଦବୀ ଖାଲି ପଡ଼ିଥିଲା।

ଗତକାଲି ୨୦୧୯ ବ୍ୟାଚ୍‌ର ଆଇପିଏସ୍ ଅଫିସର ଅଭିନବ ସୋନକରଙ୍କୁ ବ୍ରହ୍ମପୁର ଏସ୍‌ପି ଭାବେ ଡ. ସର୍ବଣା ବିବେକ ଏମ୍‌ଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଅଭିନବ ଏହା ପୂର୍ବରୁ ଢେଙ୍କାନାଳ ଏସ୍‌ପି ଥିଲେ।

୨୦୧୫ ବ୍ୟାଚ୍‌ର ଆଇପିଏସ୍ ଅଫିସର ଡ. ସର୍ବଣା ବିବେକ ଏମ୍‌ଙ୍କୁ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେବା ପରେ କହିଛନ୍ତି ଯେ ସମସ୍ତଙ୍କୁ ନେଇ ଗୋଟିଏ ଟିମ୍ ହୋଇ କାମ କରିବାକୁ ପଡ଼ିବ। ସାଇବର ଅପରାଧ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଲୋକେ ବହୁତ ଟଙ୍କା ହରାଉଛନ୍ତି। ସାଇବର ଅପରାଧ ରୋକିବାକୁ ଆହୁରି ସଶକ୍ତ ହେବାକୁ ପଡ଼ିବ।

ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡର ତଦନ୍ତକୁ ନେଇ ଚର୍ଚ୍ଚାରେ ରହିଆସିଛନ୍ତି ଆଇପିଏସ୍‌ ସର୍ବଣା ବିବେକ ଏମ୍‌। କାରଣ ଏହି ମାମଲାରେ ହାଇପ୍ରୋଫାଇଲ ବିଜେଡି ନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଭିଯୁକ୍ତ କରାଯାଇଛି ଓ ସେ ଗିରଫ ହୋଇ ଜେଲ୍‌ରେ ପ୍ରାୟ ୧୦ ମାସ ରହିବା ପରେ ଜାମିନ୍‌ରେ ଆସିଛନ୍ତି।
📲Get App