🔥 TRENDING अवैध मदिरा के निर्माण, धारण एवं विक्रय... Search Surge for 'Brampton Theft' Capt... Last-Minute Deal Saves India from 3-Da... Indian Banks Closed Amid September 28-... Complaint Filed Against Parvesh Verma... Three Arrested, Two Juveniles Detained...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Crime

ଜଗନ ସେନାପତି ହତ୍ୟାକାଣ୍ଡ; ୧୦ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ

✍️ Reporter: Deepak Mahapatra 🗓 26 Sep 2026, 01:38 PM 👁 33
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଅନୁଗୋଳର ଡେରଜାଙ୍ଗ ପ୍ରକଳ୍ପରେ ମାଛ ଚାଷ ଜଗିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଜଗନ। ଦୋଷୀମାନଙ୍କର ଜଗନଙ୍କ ସହିତ ଶତ୍ରୁତା ଥିଲା। ୨୦୨୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ଭୋଜି କରିବା ବାହାନାରେ ଏହି ୧୦ ଜଣ ଜଗନଙ୍କୁ ମୋଟର ସାଇକେଲରେ ନେଇ ଯାଇଥିଲେ।ବହୁ ଚର୍ଚ୍ଚିତ ଜଗନ୍ନାଥ ସେନାପତି ଓରଫ ଜଗନ ସେନାପତି ହତ୍ୟାକାଣ୍ଡରେ ଆଜି ଅନୁଗୋଳ ଏଡିଜେ କୋର୍ଟ ୧୦ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅନୁଗୋଳର ଡେରଜାଙ୍ଗ ପ୍ରକଳ୍ପରେ ମାଛ ଚାଷ ଜଗିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଜଗନ। ଦୋଷୀମାନଙ୍କର ଜଗନଙ୍କ ସହିତ ଶତ୍ରୁତା ଥିଲା। ୨୦୨୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ଭୋଜି କରିବା ବାହାନାରେ ଏହି ୧୦ ଜଣ ଜଗନଙ୍କୁ ମୋଟର ସାଇକେଲରେ ନେଇ ଯାଇଥିଲେ। ରନ୍ତଲେଇ ଗ୍ରାମ ପାଖ ଡେରଜାଙ୍ଗ ବନ୍ଧ ଉପରେ ସେମାନେ ଜଗନଙ୍କୁ ଠେଙ୍ଗା, ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଜଗନଙ୍କର ମୃତ୍ୟୁ ହୋଇଯାଇଥିଲା।
ଏ ନେଇ ଅନୁଗୋଳ ସଦର ଥାନା ପୁଲିସ ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରି ଜେଲ ପଠାଇଥିଲ। ମାମଲାର ଶୁଣାଣି ଅନୁଗୋଳ ଏଡିଜେ କୋର୍ଟ ଚାଲିଥିଲା। ତଥ୍ୟ, ପ୍ରମାଣ ଆଧାରରେ କୋର୍ଟ ୧୦ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ସେମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାକୁ ନେଇ କୋର୍ଟ ପରିସର କାନ୍ଦ ବୋବାଳିରେ କମ୍ପିଯାଇଥିଲା।
📲Get App