🔥 TRENDING अवैध मदिरा के निर्माण, धारण एवं विक्रय... Search Surge for 'Brampton Theft' Capt... Last-Minute Deal Saves India from 3-Da... Indian Banks Closed Amid September 28-... Complaint Filed Against Parvesh Verma... Three Arrested, Two Juveniles Detained...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ବିପଦ ସଙ୍କେତ ଉପରେ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ଜଳ

✍️ Reporter: Deepak Mahapatra 🗓 26 Sep 2026, 01:34 PM 👁 33
Share: 💬 WhatsApp 📘 Facebook 𝕏 Post
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଚଳିତ ବର୍ଷ ବୈତରଣୀ ଓ ସାଳନ୍ଦୀ ନଦୀରେ ୭ମ ଥର ପାଇଁ ବନ୍ୟା ଆସିଛି । ଏହି ଦୁଇ ନଦୀର ଜଳସ୍ତର ବିପଦ ସଂକେତର ବହୁ ଉର୍ଦ୍ଧ୍ଵରେ ବନ୍ୟା ଜଳ ପ୍ରବାହିତ ହେଉଛି । ସକାଳ ୭ ଟା ସୁଦ୍ଧା ଆଖୁଆପଦାଠାରେ ବୈତରଣୀରେ ଵିପଦ ସକେତ ୧୮.୩୩ ମିଟର ଥିବା ବେଳେ ଵର୍ତ୍ତମାନ ୧୯.୩୦ ମିଟରରେ ପ୍ରଵାହିତ ହେଉଛି । ସେହିପରି ରଜାଘାଟ ଠାରେ ସାଳନ୍ଦୀ ବିପଦ ସଂକେତ ୧୭ ଫୁଟ ଥିବା ବେଳେ ଵର୍ତ୍ତମାନ ୧୮.୭୦ ଫୁଟ ଉପରେ ବନ୍ୟା ଜଳ ପ୍ରଵାହିତ ହେଉଛି।
ବୈତରଣୀର ବନ୍ୟା ଜଳ କଣ୍ଟି ଏସ୍କକେଫ ଦେଇ ବନ୍ୟା ଜଳ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳକୁ ପ୍ରବେଶ କରୁଛି । ସେହିପରି ସାଳନ୍ଦୀ ନଦୀ ବନ୍ୟା ଜଳ ଭଦ୍ରକ ପୌରାଞ୍ଚଳର ୭ ଗୋଟି ୱାର୍ଡ ସହିତ ଭଦ୍ରକ ବ୍ଲକର ଅର୍ଣ୍ଣପାଳ ଓ ବିଷ୍ଣୁପୁର ବିନ୍ଧା ପଞ୍ଚାୟତରେ ପ୍ରବେଶ କରିଛି । ଏହି ଦୁଇଟି ନଦୀରେ ଆସିଥିବା ବନ୍ୟାକୁ ମୁକାବିଲା କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।ବରିଷ୍ଠ ଅଧିକାରୀମାନଙ୍କୁ ଧାମନଗର, ଭଣ୍ଡାରିପୋଖରୀ, ତିହିଡି଼ ଓ ଚାନ୍ଦବାଲି ବ୍ଲକକୁ ପଠାଯାଇଛି । ତଳିଆ ଅଞ୍ଚଳ ଲୋକଙ୍କୁ ଉପର ସ୍ଥାନକୁ ଆଣି ରଖିବା ପାଇଁ ସେଲଟର ବ୍ୟବସ୍ଥା କରାଯାଇଛି । ଶୁଖିଲା ଖାଦ୍ୟ ଓ ଗୋ -ଖାଦ୍ୟକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମହଜୁଦ କରାଯାଇ ରଖାଯିବା ସହିତ ଉଦ୍ଧାର କାର୍ଯ୍ୟରେ NDRF, ଓ ODRAF ଟିମକୁ ମୃତୟନ କରାଯିବାର ବ୍ୟବସ୍ଥା କରାଯାଉଛି ବୋଲି ଜିଲ୍ଲାପାଳ କହିଛନ୍ତି । ସେହିପରି ବନ୍ୟା ପ୍ରଭାବିତ ଅଞ୍ଚଳର ୩୯୯ ଟି ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ଦୁର୍ବଳ ନଦୀ ବନ୍ଧ ଗୁଡିକ ଉପରେ ସତର୍କତା ସହ ନଜର ରଖିବାକୁ ଜଳ ସମ୍ପଦ ବିଭାଗକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବିପନ୍ନ ଲୋକଙ୍କୁ ସହାୟତା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
📲Get App