🔥 TRENDING નબીપુર નજીક તલવારની અણીએ લૂંટના પ્રયાસ... Trump Suggests Pre-Midterm Strikes on... शहीद कुंदन का अस्थि कलश तिरंगे में लिप... Vikram Misri Discusses Russia and Iran... India Must Navigate Diplomatic Tightro... Political Clash Escalates as Calls Gro...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ଅଚାନକ ମାଡ଼ି ଆସିଲା ପାଣି, ଭାସିଗଲା କାର

✍️ Reporter: Deepak Mahapatra 🗓 26 Sep 2026, 01:44 PM 👁 34
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ବର୍ଷା ପାଣିରେ ଏକ କାର ଭାସିଯିବାର ଘଟଣା ସାମ୍ନାକୁ ଆସିଛି । ଘଟଣା ଘଟିଛି ଉଦଳା ଥାନା ନହରପଦା ଗ୍ରାମରେ । କାରଟି ବନ୍ୟାଜଳରେ ପ୍ରାୟ ଦୁଇ ଘଣ୍ଟା ଫସି ରହିଥିଲା । ଏହା ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଉଦ୍ଧାର କରିଥିଲେ ।ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । ଏପରିସ୍ଥଳେ ବର୍ଷା ପାଣିରେ ଏକ କାର ଭାସିଯିବା ଘଟଣା ସାମ୍ନାକୁ ଆସିଛି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନହରପଦା ଗ୍ରାମରେ ।

କାର୍‌ରେ ନହରପଦା ସ୍କୁଲର ଜଣେ ଶିକ୍ଷକ ଓ ତାଙ୍କ ଡ୍ରାଭଇର ଥିଲେ। ସେମାନେ ନହରପଦା ଗାଁକୁ ଆସୁଥିଲେ। ନହରପଦା ଗାଁ ନିକଟରେ ରାସ୍ତା ଉପରେ ଅଳ୍ପ ପାଣି ଥିଲା। କିନ୍ତୁ କାର ସେହି ପାଣି ଅତିକ୍ରମ କରୁଥିବା ବେଳେ ହଠାତ୍ ଜଳ ସ୍ତର ବହୁତ ବଢ଼ି ଯାଇଥିଲା। ପାଣିର ପ୍ରଖର ସ୍ରୋତରେ କାର୍‌ଟି ବୁଲି ପଡ଼ିଥିଲା ଓ ପ୍ରାୟ ୧୫/୨୦ ମିଟର ପର୍ଯ୍ୟନ୍ତ ଭାସି ଯାଇଥିଲା। ବିପଦ ଆଶଙ୍କା କରି ଡ୍ରାଇଭର କାରର ସମସ୍ତ ଡୋର୍‌ର କାଚଗୁଡ଼ିକୁ ଖୋଲି ଦେଇଥିଲେ।

ଜଳ ସ୍ତର ବଢୁଥିବା ଦେଖି ଶିକ୍ଷକ ଜଣଙ୍କ କାରରୁ ବାହାରି ପହଁରି ପଳାଇ ଆସିଥିଲେ। ସେ ଗାଁକୁ ଆସି ଗ୍ରାମବାସୀଙ୍କୁ କାର ଓ ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ କହିଥିଲେ। ୧୫/୨୦ ଜଣ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ତା’ପରେ କାରକୁ ଟାଣି ପାଣି ଭିତରୁ ବାହାର କରିଥିଲେ।

କାରଟି ଅକସ୍ମାତ ବନ୍ୟା ଜଳରେ ପ୍ରାୟ ୨ ଘଣ୍ଟା ଧରି ଫସି ରହିଥିଲା। ଗାଁ ଲୋକଙ୍କ କହିବା ଅନୁସାରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ କାରଟି ପ୍ରାୟ ବେକେ ପାଣିରେ ବୁଡ଼ି ରହିଥିଲା। ତେବେ ଏକ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି ବୋଲି ସେମାନେ କହିଛନ୍ତି।
📲Get App