🔥 ट्रेंडिंग अवैध मदिरा के निर्माण, धारण एवं विक्रय... 'ब्रैम्पटन चोरी' के लिए खोज में बढ़ोतर... अंतिम क्षण में सौदे से बचा भारत का 3-द... 28-30 सितंबर के बैंक बंदी पर अपडेट: बै... परवेश वर्मा पर थप्पड़ के मामले में शिक... मंदार हिल में तीन गिरफ्तार, दो किशोर ह...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
स्थानीय

ଦୀଘା ସମୁଦ୍ରରେ ନିଖୋଜ ନାବାଳିକା , ସର୍ଚ୍ଚ ଅପରେସନ ଜାରି ରଖିଛି ଉଦ୍ଧାରକାରୀ ଦଳ

✍️ रिपोर्टर: Deepak Mahapatra 🗓 25 सित. 2026, 01:02 PM 👁 32
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ବାଲେଶ୍ଵର : ପଶ୍ଚିମବଙ୍ଗର ଦୀଘା ସମୁଦ୍ରରେ ଅଘଟଣ। ସମୁଦ୍ର ଢେଉରେ ଭାସିଗଲେ ଜଣେ ନାବାଳିକା। ପ୍ରଶାସନର କଡ଼ା ନଜରଦାରୀ ଓ ସମୁଦ୍ରକୁ ନଯିବା ପାଇଁ ନିଷେଧାଦେଶ ସତ୍ତ୍ୱେ ଜଗନ୍ନାଥ ଘାଟରେ ସମୁଦ୍ରକୁ ଗାଧୋଇବାକୁ ଯାଇ ଜଣେ ୧୪ ବର୍ଷୀୟା ନାବାଳିକା ନିଖୋଜ ହୋଇଯାଇଛନ୍ତି।

ସୂଚନା ଅନୁସାରେ, ନାବାଳିକା ଜଣକ ପ୍ରହରୀଙ୍କ ନଜର ଏଡ଼ାଇ ସମୁଦ୍ର ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ସମୁଦ୍ରରେ ପ୍ରବଳ ଢେଉ ଥିବାରୁ ଢେଉର ସ୍ରୋତରେ ସେ ଭାସିଯାଇ ଗଭୀର ସମୁଦ୍ରରେ ନିଖୋଜ ହୋଇ ଯାଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବା ପରେ ସିଭିଲ୍ ଡିଫେନ୍ସ ଟିମ୍- ସ୍ପିଡ୍‌ବୋଟ୍‌ ଯୋଗେ ସମୁଦ୍ରରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ନିଖୋଜ ନାବାଳିକାଙ୍କ ସନ୍ଧାନ ପାଇଁ ଉଦ୍ଧାରକାରୀ ଦଳ ପକ୍ଷରୁ ବ୍ୟାପକ ସର୍ଚ୍ଚଅପରେସନ ଜାରି ରହିଛି।

ବର୍ତ୍ତମାନ ଗଭୀର ଅବପାତ ସହ ପୂର୍ଣ୍ଣିମା ପାଖ ଥିବାରୁ ଉଚ୍ଚ ଜୁଆର ମାଡି ଆସୁଛି ତେଣୁ ଏହି ସମୟରେ ସମୁଦ୍ରକୁ ଯିବା ସମ୍ପୂର୍ଣ୍ଣ ନିଷେଧ ରହିଛି।
📲Get App