🔥 TRENDING Breaking news - लखनऊ में श्री राम जन्म... બ્રેકિંગ ન્યૂઝ બેંકોની 2 દિવસીય હડતાલ... अवैध मदिरा के निर्माण, धारण एवं विक्रय... Search Surge for 'Brampton Theft' Capt... Last-Minute Deal Saves India from 3-Da... Indian Banks Closed Amid September 28-...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ଲଗାଣ ବର୍ଷାରେ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲା ବେହାଲ: ୫ ଜିଲ୍ଲାରେ ସ୍କୁଲଛୁଟି ବଢ଼ିଲା, ୮ ହଜାରରୁ ଊର୍ଦ୍ଧ୍ୱ ସ୍ଥାନାନ୍ତରିତ, ୩୭ ବ୍ଲକ ପ୍ରଭାବିତ

✍️ Reporter: Deepak Mahapatra 🗓 25 Sep 2026, 12:30 PM 👁 17
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ପାଣିପାଗର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ନବରଙ୍ଗପୁର, କଳାହାଣ୍ଡି, ଗଜପତି, କୋରାପୁଟ ଓ ରାୟଗଡ଼ା ଭଳି ୫ଟି ପ୍ରଭାବିତ ଜିଲ୍ଲାରେ ଆଜି ସ୍କୁଲ ଛୁଟି ବୃଦ୍ଧି କରାଯାଇଛି। ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାର ପ୍ରାୟ ୮ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଲାଗିରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାରେ ସ୍ଥିତି ବେହାଲ ରହିଛି। ପାଣିପାଗର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ନବରଙ୍ଗପୁର, କଳାହାଣ୍ଡି, ଗଜପତି, କୋରାପୁଟ ଓ ରାୟଗଡ଼ା ଭଳି ୫ଟି ପ୍ରଭାବିତ ଜିଲ୍ଲାରେ ଆଜି ସ୍କୁଲ ଛୁଟି ବୃଦ୍ଧି କରାଯାଇଛି। ଲଗାଣ ବର୍ଷା ଦକ୍ଷିଣ ଓଡ଼ିଶାରେ ଧନଜୀବନ ବାଧାପ୍ରାପ୍ତ ହୋଇଛି ଓ ପ୍ରାୟ ୮ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଏହି ଗଭୀର ଅବପାତ ବିଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୦ କିମି ବେଗରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ କେନ୍ଦ୍ରୀଭୂତ ରହିଛି। ଏହା କୋରାପୁଟଠାରୁ ପ୍ରାୟ ୪୦ କିମି ଉତ୍ତର-ପୂର୍ବ, ଭବାନୀପାଟଣାରୁ ୯୦କିମି ଦକ୍ଷିଣ-ଦକ୍ଷିଣପଶ୍ଚିମ, ଆନ୍ଧ୍ରପ୍ରଦେଶର ପାର୍ବତୀପୁରମରୁ ୬୦ କିମି ଉତ୍ତର-ପଶ୍ଚିମ ଏବଂ ଛତିଶଗଡ଼ର ଜଗଦଲପୁରଠାରୁ ୧୦୦ କିମି ପୂର୍ବରେ ରହିଛି । ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ଓ ପରବତ୍ତୀ ୨୪ ଘଣ୍ଟାରେ ଆହୁରି ଦୁର୍ବଳ ହେବ। ବିଶାଖାପାଟଣାସ୍ଥିତ ଡପଲର ରାଡାର ଜରିଆରେ ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇ ଅତି ପ୍ରବଳ ବର୍ଷା ସହ ଝଡ଼ବର୍ଷା, ବଜ୍ରପାତ ହେବାର ଆଶଙ୍କା ରହିଛି।

ଏହି ଲଗାଣ ବର୍ଷା ଯୋଗୁଁ କୋରାପୁଟ, ଗଞ୍ଜାମ, ମାଲକାନଗିରି, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ସରକାରୀ ତଥ୍ୟ ଅନୁଯାୟୀ ଏହି ୬ଟି ଜିଲ୍ଲାର ୩୭ଟି ବ୍ଲକ୍‌, ୧୨୭ଟି ଗ୍ରାମ ପଂଚାୟତ, ୨୭୩ଟି ଗାଁ ଓ ୫ଟି ପୌରାଂଚଳର ୨୦ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଛି। ମୋଟ ୮୨୦୫ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ସେଥିମଧ୍ୟରୁ ୮୦୮୨ ଜଣଙ୍କୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଛି। ସ୍ଥିତିର ମୁକାବିଲା ଓ ଉଦ୍ଧାର କାର୍ଯ୍ୟ ଲାଗି ସମ୍ବେଦନଶୀଳ ଅଂଚଳଗୁଡ଼ିକରେ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି।
ଆଜି ପରିସ୍ଥିତିର ସମୀକ୍ଷା କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି। ଲଗାଣ ବର୍ଷା ହେଉଥିଲେ ମଧ୍ୟ ନଦୀରେ ବନ୍ୟା ସମ୍ଭାବନା ନାହିଁ। ଜଳକା, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ ବିପଦ ସଙ୍କେତ ଡେଇଁବ ନାହିଁ। ତେବେ ସୁବର୍ଣ୍ଣରେଖା ସତର୍କ ସଙ୍କେତ ଛୁଇଁଲେ କିଛି ତଳିଆ ଅଂଚଳରେ ପାଣି ପଶିବାର ସମ୍ଭାବନା ରହିଛି। ଅଧିକ ବର୍ଷା ଯୋଗୁଁ ବ୍ରହ୍ମପୁର ଓ ବାଲେଶ୍ୱରର କିଛି ଅଂଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି ଓ ମାଲକାନଗିରିରେ ୪ଟି ବ୍ରିଜ୍ ଉପରେ ପାଣି ପ୍ରବାହିତ ହେଉଛି। ଆସନ୍ତାକାଲି ସୁଦ୍ଧା ବର୍ଷାର ପରିମାଣ ହ୍ରାସ ପାଇଲେ ସ୍ଥିତି ସ୍ୱାଭାବିକ ହେବ। ଦକ୍ଷିଣ ଓଡ଼ିଶାରେ କୌଣସି ସ୍ଥାନରେ ବନ୍ୟା ହେବାର ଆଶଙ୍କା ନାହିଁ ବୋଲି ସେ କହିଛନ୍ତି।

ଗଜପତିରେ ପାହାଡ଼ିଆ ଅଂଚଳରେ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରତିଷେଧକ ବ୍ୟବସ୍ଥା ଭାବେ ବ୍ୟାରିକେଡ୍ କରାଯାଇଛି। ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସେଠାରେ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରୁଛନ୍ତି। ଗଭୀର ଅବପାତ ଫଳରେ କନ୍ଧମାଳ ଜିଲ୍ଲାରେ ବର୍ଷା ଲାଗିରହିଛି । ଫଳରେ କଳିଙ୍ଗା ଘାଟିର ଅନ୍ଧାରୀକୋଟରେ ନବନିର୍ମିତ ଚଉଡ଼ା ରାସ୍ତା ଭୂଷ୍କଳନରେ ସମ୍ପୂର୍ଣ ଭୁଶୁଡି ପଡ଼ିଛି। ଅନ୍ଧାରକୋଟର ବନ ଦୁର୍ଗା ମନ୍ଦିର ସମ୍ମୁଖରେ ଚାଲିଥିବା ନବ ନିର୍ମିତ ଗାର୍ଡ ୱାଲ ଭାଙ୍ଗିଯାଇଛି। ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ରାସ୍ତା ଭୁଷୁଡ଼ି ପଡ଼ିଥିବାର ସୂଚନା ମିଳିଛି। ମାଲକାନଗିରିର କାଙ୍ଗୁରକୋଣ୍ଡା ଓ ଏମଭି-୯୦ ସମେତ ବିଭିନ୍ନ ସ୍ଥାନରେ ବିକଳ୍ପ ଯାତାୟାତ ବ୍ୟବସ୍ଥା କରାଯାଇଛି। ରାସ୍ତାରେ ଅଟକିଥିବା ଯାତ୍ରୀ, ରୋଗୀ ଓ ଚାଳକମାନଙ୍କୁ ଖାଦ୍ୟ, ପାନୀୟ ଏବଂ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ପ୍ରଶାସନିକ ଟିମ୍ କ୍ଷେତ୍ରସ୍ତରରେ ସକ୍ରିୟ ଥିବାରୁ ସାମଗ୍ରିକ ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ନଦୀଗୁଡ଼ିକର ଜଳସ୍ତର ଓ ବ୍ୟାରେଜ୍ ଗେଟ୍ ପରିଚାଳନା ଉପରେ ବିଭାଗ ନିରନ୍ତର ନଜର ରଖିଥିବା ସ୍ପଷ୍ଟ କରିଛନ୍ତି।
📲Get App