🔥 TRENDING प्रजापत समाज ने गणेश चतुर्थी का पर्व ध... आजादी के बाद से अधूरी सड़क: छपरा से रा... બ્રેકિંગ બેંકોની દેશવ્યાપી હડતાળ ટળી આ... Two Arrested for Displaying Criminal’s... Analyst Criticizes Taylor Swift’s ‘Cle... Taylor Swift Shines in Black‑Silver Go...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

ପ୍ରବଳ ବର୍ଷା ସତ୍ତ୍ୱେ ଜଳଭଣ୍ଡାରକୁ ମାଛ ମାରିବାକୁ ଯାଇ ବୁଡ଼ିଗଲେ ଶିକ୍ଷକ

✍️ Reporter: Deepak Mahapatra 🗓 25 Sep 2026, 12:38 PM 👁 33
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
କୋଲାବ ଜଳଭଣ୍ଡାରରେ ମାଛ ଧରିବାକୁ ଯାଇଥିବା ବେଳେ ଘଟିଲା ଅଘଟଣ। ଦେଶୀ ଡଙ୍ଗା ଓଲଟି ପଡ଼ିବାରୁ ଜଣେ ନିଖୋଜ ହୋଇଯାଇଛନ୍ତି। ନିଖୋଜ ବ୍ୟକ୍ତି ଜଣେ ଶିକ୍ଷକ। ତାଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍‌ର ଅପରେସନ୍। ଆଜି ସକାଳେ ମାଛଲିଗୁଡ଼ା ଗାଁର ଶିକ୍ଷକ ଭୀମଧର ନାୟକ ବନ୍ଧଗୁଡ଼ାର ଜଣେ ଯୁବକଙ୍କ ସହ ମାଛ ଧରିବା ପାଇଁ କୋଲାବ ଜଳଭଣ୍ଡାର ଭିତରକୁ ଯାଇଥିଲେ। ଦେଶୀ ଡଙ୍ଗାରେ ବସି ସେମାନେ ମାଛ ଧରୁଥିଲେ। ତେବେ କୌଣସି କାରଣ ବଶତଃ ହଠାତ୍ ଡଙ୍ଗାଟି ଓଲଟି ପଡ଼ିଥିଲା। ଡଙ୍ଗା ଓଲଟିବା ପରେ ଅନ୍ୟ ଯୁବକ ଜଣଙ୍କ ପହଁରି କୂଳକୁ ଆସିଥିଲେ। କିନ୍ତୁ ଶିକ୍ଷକ ଭୀମଧର ନିଖୋଜ ହୋଇଯାଇଥିଲେ।

ଖବର ପାଇ ଓଡ୍ରାଫ୍ ଓ ସେମିଳିଗୁଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଖୋଜାଖୋଜି ଜାରି ରଖିଥିବା ବେଳେ ଶିକ୍ଷକଙ୍କ ପତ୍ତା ମିଳିପାରି ନାହିଁ। ତେବେ ପ୍ରବଳ ବର୍ଷା ସତ୍ତ୍ୱେ ଶିକ୍ଷକ ଓ ଅଳ୍ପକେ ରକ୍ଷା ପାଇଥିବା ଯୁବକ ଜଣଙ୍କ କାହିଁକି ଜଳଭଣ୍ଡାର ଭିତରକୁ ମାଛ ମାରିବାକୁ ଯାଇଥିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
📲Get App