🔥 TRENDING Virender Sehwag's Hilarious Reaction t... Scripted Video Circulates as Real Hara... Secret Spot Goes Viral, Crowds Overwhe... Seoul Blames Kyiv for Breach of Secrec... The Tribune Records Search for 'jijith... The Tribune publishes profile of Dr Sh...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ଭଦ୍ରକରେ ବିପଦ ସଙ୍କେତ ଟପିଲା ବୈତରଣୀ: ଜଳକା ନଦୀ ଫୁଲୁଛି, ବସ୍ତାରେ ବନ୍ୟା ଆଶଙ୍କା

✍️ Reporter: Deepak Mahapatra 🗓 25 Sep 2026, 12:55 PM 👁 40
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବାବେଳେ ଏବେ ବିଭିନ୍ନ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବାରେଲାଗିଛି। ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଆଖୁଆପଦାଠାରେ ବୈତରଣୀର ବିପଦ ସଙ୍କେତ ୧୮.୩୩ ମିଟର ରହିଥିବାବେଳେ, ବର୍ତ୍ତମାନ ଏହା ୧୮.୩୫ ମିଟର ଉପରେ ପ୍ରବାହିତ ହେଉଛି। ସେହିପରି ଆନନ୍ଦପୁରଠାରେ ମଧ୍ୟ ବୈତରଣୀର ଜଳସ୍ତର ସତର୍କ ସଙ୍କେତକୁ ଟପିଯାଇଛି। ଏଠାରେ ସତର୍କ ସଙ୍କେତ ୩୭.୪୪୫ ମିଟର ଥିବାବେଳେ ବର୍ତ୍ତମାନ ଜଳସ୍ତର ୩୭.୫୮୦ ମିଟରରେ ପହଞ୍ଚିଛି।

ଅନ୍ୟପଟେ ବାଲେଶ୍ୱର ଜଳେଶ୍ୱରରେ ଜଳକା ନଦୀର ବନ୍ୟା ଜଳ ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନୀଠାରେ ଜଳକାର ବିପଦ ସଙ୍କେତ ୬.୫୦ ମିଟର ଥିବା ବେଳେ ବର୍ତ୍ତମାନ ଏହା ବୃଦ୍ଧି ପାଇ ୬.୭୬ ମିଟରରେ ରହିଛି।

ଜଳକା ନଦୀରେ ବନ୍ୟାଜଳ ବୃଦ୍ଧି ପାଇବା କାରଣରୁ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ବାଲେଶ୍ୱର ସଦର ବ୍ଲକର ୨ଟି ପଞ୍ଚାୟତ ବନ୍ୟା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ନଦୀକୂଳିଆ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି।
📲Get App