🔥 TRENDING Shubman Gill and Virat Kohli each hit... India Clinches 8‑Wicket Victory Over W... Raghubir Yadav Says ‘Panchayat’ Film M... Parineeti Chopra Opens Up About Mom Gu... Sushant Singh Rajput's Sister Claims S... Journalist Faye D’Souza Urges Accuracy...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ଚିଲିକା ମଝିରେ ଅଘଟଣ; ପ୍ରବଳ ବର୍ଷା ପବନରେ ଡଙ୍ଗାରୁ ଖସିପଡ଼ିଲେ ମତ୍ସଜୀବୀ

✍️ Reporter: Deepak Mahapatra 🗓 24 Sep 2026, 12:14 PM 👁 42
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଚିଲିକା ମଝିରେ ଅଘଟଣ । ମାଛ ଧରୁଥିବା ବେଳେ ଚାଲିଗଲା ମତ୍ସଜୀବୀଙ୍କ ଜୀବନ । ଘଟଣା ଘଟିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଂଳାକୁଦା ଗାଁରେ ।
ମାଛ ଧରୁଥିବା ବେଳେ ପ୍ରବଳ ବର୍ଷା ପବନରେ ଡଙ୍ଗାରୁ ଖସି ପଡ଼ିଥିଲେ ୬୫ ବର୍ଷୀୟ ମୂଲିଆ ପରିଡ଼ା ।ରାତି ଅନ୍ଧାରରେ କିଛି ଜଣା ପଡ଼ିନଥିଲା। ଘର ଲୋକେ ତାଙ୍କୁ ଖୋଜିବା ପରେ ଘଟଣା ଜଣାପଡ଼ିଥିଲା। କିଛି ସମୟ ପରେ ମୃତଦେହ ଚିଲିକା ପାଣିରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ ସ୍ଥାନୀୟ ମତ୍ସ୍ୟଜୀବୀ ।
ଭୟଙ୍କର ପବନ ଓ ବର୍ଷାରେ ମାଛଧରିବା ତାଙ୍କ ପାଇଁ କାଳ ସାଜିଥିଲା। ମୃତ ଖବର ଜାଣିବା ପରେ ତାଙ୍କ ପରିବାରରେ ଶୋକାକଳ ପରିସ୍ଥିତି ଉପୁଜିଛୁ ।
📲Get App