🔥 ट्रेंडिंग સુરતના ખટોદરા વિસ્તારમાં ફેક્ટરીમાં ફસ... एलपीयू छात्रों ने 15 घंटे एनएच-44 जाम... हाइडरपोरा में टाटा शोरूम में आग लगने स... हाईवे पर खड़ी BMW में आग, उपभोक्ता अदा... ધોરાજી ડેપોના સિનિયર આગેવાન અશોકસિંહ વ... सोरी की ‘मेंडाड़ी’ ने तीसरे रविवार को...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
मौसम

ଅଶାନ୍ତ ସମୁଦ୍ର; ପାରାଦୀପ ପୋର୍ଟରେ ଆଶ୍ରୟ ନେଲେ ୩୬ ଟି ଆନ୍ଧ୍ର ମାଛଧରା ଟ୍ରଲର

✍️ रिपोर्टर: Deepak Mahapatra 🗓 24 सित. 2026, 12:08 PM 👁 44
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଅଶାନ୍ତ ସମୁଦ୍ରରେ ନିଜ ରାଜ୍ୟକୁ ଫେରିନପାରି ୩୬ଟି ମାଛଧରା ଟ୍ରଲର ପାରାଦୀପ ପୋର୍ଟରେ ଆଶ୍ରୟ ପାଇଁ ଅନୁମତି ଚାହିଁଥିଲେ । ଯେଉଁଥିରେ ୩୧୯ ଜଣ ମତ୍ସ୍ୟଜୀବୀ ରହିଥିଲେ । ଅନୁମତି ମିଳିବା ପରେ ପ୍ରଥମେ ୨୮ ଓ ପରେ ଆଉ ୮ଟି ଟ୍ରଲର ପାରାଦୀପ ପୋର୍ଟରେ ଆଶ୍ରୟ ପାଇଁ ପହଞ୍ଚିଥିଲେ।ଗଭୀର ଅବପାତ ସ୍ଥଳଭାଗ ଛୁଇଁବା ପୂର୍ବରୁ ସମୁଦ୍ର ଅଶାନ୍ତ ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ମାଛ ଧରିବା ପାଇଁ ଯିବାକୁ ମନା କରିଥିଲେ । କିନ୍ତୁ କିଛି ମତ୍ସଜୀବୀ ପ୍ରଶାସନର ସତର୍କ କରିବା ପୂର୍ବରୁ ସମୁଦ୍ର ଭିତରେ ରହିଯାଇଥିଲେ । ଅଶାନ୍ତ ସମୁଦ୍ରରେ ନିଜ ରାଜ୍ୟକୁ ଫେରିନପାରି ୩୬ଟି ମାଛଧରା ଟ୍ରଲର ପାରାଦୀପ ପୋର୍ଟରେ ଆଶ୍ରୟ ପାଇଁ ଅନୁମତି ଚାହିଁଥିଲେ । ଯେଉଁଥିରେ ୩୧୯ ଜଣ ମତ୍ସ୍ୟଜୀବୀ ରହିଥିଲେ ।ଅନୁମତି ମିଳିବା ପରେ ପ୍ରଥମେ ୨୮ ଓ ପରେ ଆଉ ୮ଟି ଟ୍ରଲର ପାରାଦୀପ ପୋର୍ଟରେ ଆଶ୍ରୟ ପାଇଁ ପହଞ୍ଚିଥିଲେ। ଏହା ସହ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଆନ୍ଧ୍ରପ୍ରଦେଶର ଆଉ ଗୋଟିଏ ଟ୍ରଲର ପାରାଦୀପ ଫିସିଙ୍ଗ୍ ହାର୍ବର ମଧ୍ୟରେ ଆଶ୍ରୟ ନେଇଥିବା ଜଣାପଡିଛି ।
ଅଶାନ୍ତ ସମୁଦ୍ର ସ୍ୱାଭାବିକ ଅବସ୍ଥାକୁ ଆସିଲେ ଏହି ଟ୍ରଲରଗୁଡିକ ପାରାଦୀପ ପୋର୍ଟରୁ ବାହାରି ସମୁଦ୍ରକୁ ଚାଲିଯିବାର ସୂଚନା ମିଳିଛି ।
📲Get App