🔥 TRENDING Shubman Gill and Virat Kohli each hit... India Clinches 8‑Wicket Victory Over W... Raghubir Yadav Says ‘Panchayat’ Film M... Parineeti Chopra Opens Up About Mom Gu... Sushant Singh Rajput's Sister Claims S... Journalist Faye D’Souza Urges Accuracy...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୭୧ଅଙ୍କ ପ୍ରଚଳନ, ଶ୍ରୀନଅରରେ ପାଳନ ହେଲା ସୁନିଆଁ ଉତ୍ସବ

✍️ Reporter: Deepak Mahapatra 🗓 24 Sep 2026, 12:20 PM 👁 40
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ପୁରୀ : ବୁଧବାର ସୁନିଆଁ ଉତ୍ସବ ଅବସରରେ ଶ୍ରୀକ୍ଷେତ୍ର ପୁରୀର ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୭୧ ଅଙ୍କ ପ୍ରଚଳନ ହୋଇଛି। ଉତ୍କଳୀୟ ପରମ୍ପରା ଅନୁଯାୟୀ, ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ବା ସୁନିଆଁ ଦିନଠାରୁ ଗଜପତି ମହାରାଜାଙ୍କ ନୂତନ ରାଜତ୍ୱ ବର୍ଷ ବା ‘ଅଙ୍କ’ ଗଣନା କରାଯାଇଥାଏ। ଏହି ଦିନ ଶ୍ରୀନଅରରେ ସ୍ୱତନ୍ତ୍ର ନୀତିକାନ୍ତି ଓ ବନ୍ଦାପନା ଅନୁଷ୍ଠିତ ହେବା ସହ ନୂତନ ସାଲ୍‌ର ପ୍ରଚଳନ ହୁଏ।
ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ୧୯୭୦ ମସିହା ଜୁଲାଇ ୭ ତାରିଖରେ ସିଂହାସନ ଆରୋହଣ କରିଥିଲେ। ସେହି ହିସାବରେ ଏହା ତାଙ୍କ ଶାସନର ୫୭ତମ ବର୍ଷ। ପାରମ୍ପରିକ ଅଙ୍କ ଗଣନା ପଦ୍ଧତିରେ କିଛି ସଂଖ୍ୟାକୁ ବାଦ୍ ଦିଆଯାଏ। ଏହି ନିୟମ ଅନୁସାରେ ୨ ରେ ଶେଷ ହେଉଥିବା ସଂଖ୍ୟା (ଯେପରିକି ୨, ୧୨, ୨୨...), ୦ ରେ ଶେଷ ହେଉଥିବା ସଂଖ୍ୟା (୧୦, ୨୦, ୩୦...) ଏବଂ କେବଳ ୬ କୁ ଛାଡ଼ି ୬ ରେ ଶେଷ ହେଉଥିବା ସଂଖ୍ୟା (୧୬, ୨୬, ୩୬...) କୁ ଗଣନାରେ ରଖାଯାଏ ନାହିଁ। ଏହାଛଡ଼ା ରାଜାଙ୍କ ଅଭିଷେକ ବର୍ଷକୁ ୧ ଅଙ୍କ ଧରାଯାଏ।ଏହି ପାରମ୍ପରିକ ଜ୍ୟୋତିଷ ଶାସ୍ତ୍ରୀୟ ଗଣନା ଅନୁସାରେ ବାଦ୍ ପଡ଼ୁଥିବା ସଂଖ୍ୟାଗୁଡ଼ିକୁ ବାଦ୍ ଦେଇ ଆଜିଠାରୁ ଗଜପତି ମହାରାଜାଙ୍କ ୭୧ ଅଙ୍କ ଆରମ୍ଭ ହୋଇଛି।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରଥମ ସେବକ ଭାବେ ଗଜପତି ମହାରାଜାଙ୍କର ଏହି ନୂତନ ଅଙ୍କ ପ୍ରଚଳନ ଓଡ଼ିଶାର ସଂସ୍କୃତି ଓ ପଞ୍ଜିକା ଗଣନା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ।
📲Get App