🔥 TRENDING Breaking news - लखनऊ में श्री राम जन्म... બ્રેકિંગ ન્યૂઝ બેંકોની 2 દિવસીય હડતાલ... अवैध मदिरा के निर्माण, धारण एवं विक्रय... Search Surge for 'Brampton Theft' Capt... Last-Minute Deal Saves India from 3-Da... Indian Banks Closed Amid September 28-...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Weather

ପ୍ରବଳ ବର୍ଷାରେ ଧୋଇହେଲା କନ୍ଧମାଳ କଳିଙ୍ଗା ଘାଟୀର ଅନ୍ଧାରକୋଟ ନିକଟ ନିର୍ମାଣଧୀନ ଗାର୍ଡୱାଲ ।

✍️ Reporter: Deepak Mahapatra 🗓 24 Sep 2026, 04:10 PM 👁 38
Share: 💬 WhatsApp 📘 Facebook 𝕏 Post
ପ୍ରବଳ ବର୍ଷାରେ ଧୋଇହେଲା କନ୍ଧମାଳ କଳିଙ୍ଗା ଘାଟୀର ଅନ୍ଧାରକୋଟ ନିକଟ ନିର୍ମାଣଧୀନ ଗାର୍ଡୱାଲ । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଜି.ଉଦୟଗିରି ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ରାସ୍ତା ଫାଟିବା ସହ ଗାର୍ଡୱାଲ ଧସି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । କଳିଙ୍ଗା ଘାଟୀର ସଂକୀର୍ଣ୍ଣ ରାସ୍ତାକୁ ଓସାର କରିବା ପାଇଁ ନିର୍ମାଣ କାମ ଚାଲିଥିବା ବେଳେ ବର୍ଷାରେ ଏହି ଅଘଟଣ ଘଟିଛି । ବର୍ଷା ଆହୁରି ଜାରି ରହିଲେ ଘାଟୀର ସ୍ଥିତି ଗୁରୁତର ହେବା ସହ ଭୂସ୍ଖଳନ ଆଶଙ୍କା ବଢ଼ିପାରେ । ଯାତାୟାତ ଓ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି ।
📲Get App