🔥 TRENDING Sidharth Malhotra's 'Vvaan' posts thir... Manipur to Host First ISL Match on Wor... ਅੱਜ 28 ਸਤੰਬਰ 2026 ਨੂੰ ਸ਼ਹੀਦ ਭਗਤ ਸਿੰਘ ਜ... Varun pull nadesar Varanasi UCM conducts Langban ceremony honoring... Manipur Police Detain KYKL Cadre in An...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Politics

୨୭ ଅକ୍ଟୋବରରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

✍️ Reporter: Deepak Mahapatra 🗓 23 Sep 2026, 12:28 PM 👁 37
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅକ୍ଟୋବର ୨୭ ତାରିଖ ଦିନ ଦୈପଦୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିବେ ଏବଂ ୨୮ ତାରିଖ ଦିନ ସେ ଫେରିଯିବାର ସୂଚନା ମିଳିଛି । ରାଷ୍ଟ୍ରପତି ଦୈପଦୀ ମୁର୍ମୁ ଆସିବା ପୂର୍ବରୁ ରାଇରଙ୍ଗପୁରରେ ଏକ ବିଶାଳ ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରାଯାଇଛି । ରାଇରଙ୍ଗପୁର ପହଞ୍ଚି ମହାମହିମ ଏହି ଚକ୍ଷୁ ଚିକିତ୍ସା ଶିବିରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ ଆସନ୍ତା ୨୬ ରୁ ୩୦ ଯାଏଁ ରାଇରଙ୍ଗପୁରରେ ମେଗା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହେବାକୁ ଯାଉଛି । କାଲି ଠାରୁ ସେଠାରେ ଚକ୍ଷୁ ପରୀକ୍ଷା ପରେ ଚିହ୍ନଟ ହୋଇଥିବା ଲୋକଙ୍କର ଆବଶ୍ୟକ ଚକ୍ଷୁ ଚିକିତ୍ସା ଓ ଅପରେସନ କାର୍ଯ୍ୟ ଆରମ୍ଭ ହେବ । ଦେଶର ବିଭିନ୍ନ କୋଣରୁ ଶହେରୁ ଉର୍ଦ୍ଧ୍ୱ ଡାକ୍ତର ରାଇରଙ୍ଗପୁର ପହଞ୍ଚି ଆସନ୍ତା କାଲି ଠାରୁ ଅକ୍ଟୋବର ମାସର ୨୬ ତାରିଖ ଯାଏଁ ଚକ୍ଷୁ ପରୀକ୍ଷା କରିବେ ।
ଏହି ମେଗା ଚକ୍ଷୁ ଚିକିତ୍ସା ଶିବିରରେ ସଞ୍ଜିବ ନେତ୍ରାଳୟ, ମହତାବ ଭବନ ଏବଂ ରାଇରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଭାଗ ନେବେ । ମହାମହିମ ରାଷ୍ଟ୍ରପତି ଦୈପଦୀ ମୁର୍ମୁ ଏହି ଚକ୍ଷୁ ଚିକିତ୍ସା ଶିବିରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମୟୁରଭଞ୍ଜ ସାଂସଦ ନବଚରଣ ମାଝି ସୂଚନା ଦେଇଛନ୍ତି ।
📲Get App