🔥 TRENDING Chumbak Part 2 OTT Release Date Announ... Resident Evil Sees 61.64% Drop on Day... Mirzapur – The Movie Surges 91.18% on... ਐਮ-ਸੇਵਾ ਪੋਰਟਲ ਦੀ ਸਮੱਸਿਆ ਕਾਰਨ ਐਨਓਸੀ ਤੇ... Haryana Slaps Crores in Pollution Fine... Haryana Power Engineers Voice Concern...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Local

ବରଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସାଇକ୍ରିଷ୍ନା ଓଲ୍ଡ ଏଜ୍ ହୋମର ପ୍ରତିଷ୍ଠାତା ଓ ବୃଦ୍ଧାବୃଦ୍ଧ

✍️ Reporter: Harish bhoi 🗓 23 Sep 2026, 03:50 AM 👁 199
Share: 💬 WhatsApp 📘 Facebook 𝕏 Post

ଘୁଲିପାଲି ସ୍ଥିତ ସାଇକ୍ରିଷ୍ନା ଓଲ୍ଡ ଏଜ୍ ହୋମର ପ୍ରତିଷ୍ଠାତା ଓ ବାସିନ୍ଦାମାନେ ଘର ମାଲିକଙ୍କ ଦ୍ୱାରା ସ୍ଥାନାନ୍ତର ପାଇଁ ଚାପ ସୃଷ୍ଟି ହେବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନ୍ୟାୟ ଓ ସ୍ଥାୟୀ ଆଶ୍ରୟ ପାଇଁ ଦାବି କରିଛନ୍ତି।

ବରଗଡ଼ ଜିଲ୍ଲା ଘୁଲିପାଲି ଠାରେ ଥିବା ସାଇକ୍ରିଷ୍ନା ଓଲ୍ଡ ଏଜ୍ ହୋମର ପ୍ରତିଷ୍ଠାତା ଏବଂ ସେଠାରେ ରହୁଥିବା ବୃଦ୍ଧାବୃଦ୍ଧମାନେ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଘୁଲିପାଲି ଗାୟତ୍ରୀ ମନ୍ଦିର ନିକଟରେ ଏହି ବୃଦ୍ଧାଶ୍ରମଟି ଅବସ୍ଥିତ।

ସୂଚନା ଅନୁଯାୟୀ, ଘର ମାଲିକଙ୍କ ସହ ତିନି ବର୍ଷର ଚୁକ୍ତି କରି ବୃଦ୍ଧାବୃଦ୍ଧମାନଙ୍କୁ ଏଠାରେ ରଖାଯାଇଥିଲା। କିନ୍ତୁ ବର୍ତ୍ତମାନ ଘର ମାଲିକ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ହେବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ବୃଦ୍ଧାବୃଦ୍ଧମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଏହାର ସମାଧାନ ସହ ଏକ ସ୍ଥାୟୀ ସ୍ଥାନ ପ୍ରଦାନ କରିବାକୁ ଦାବି କରିଛନ୍ତି।

ଏହି ଆଶ୍ରମରେ ଅନେକ ବୃଦ୍ଧାବୃଦ୍ଧ ରହୁଛନ୍ତି, ଯେଉଁମାନଙ୍କ ମଧ୍ୟରୁ କେତେକ ଚାଲିଚଲି ପାରୁନାହାନ୍ତି। ଏଭଳି ପରିସ୍ଥିତିରେ ଘର ମାଲିକ ସେମାନଙ୍କୁ ଘର ଛାଡିବା ପାଇଁ ବାଧ୍ୟ କରୁଥିବା ନେଇ ଅଭିଯୋଗ ହୋଇଛି।

ଏହି ଘଟଣା ପ୍ରସଙ୍ଗରେ ଜିଲ୍ଲାପାଳ ଆଶ୍ୱାସନା ଦେଇଛନ୍ତି ଯେ, ଚୁକ୍ତି ଅବଧି ପର୍ଯ୍ୟନ୍ତ ସେମାନେ ସେଠାରେ ରହିପାରିବେ ଏବଂ ଏହି ବୃଦ୍ଧାବୃଦ୍ଧଙ୍କ ସୁବିଧା ପାଇଁ ସେ ପ୍ରତିଶୃତି ଦେଇଥିବା ଜଣାପଡିଛି।
📲Get App