🔥 TRENDING Dharmesh Kant backs banks, mining, AI;... Chumbak Part 2 OTT Release Date Announ... Resident Evil Sees 61.64% Drop on Day... Mirzapur – The Movie Surges 91.18% on... ਐਮ-ਸੇਵਾ ਪੋਰਟਲ ਦੀ ਸਮੱਸਿਆ ਕਾਰਨ ਐਨਓਸੀ ਤੇ... Haryana Slaps Crores in Pollution Fine...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Politics

ଆବାସ ଯୋଜନାରେ ବଡ଼ ତଥ୍ୟ; ୨୮ ଲକ୍ଷ ୪୨ ହଜାର ଯୋଗ୍ୟ ହିତାଧିକାରୀ ପାଇବେ ପକ୍କା ଘର

✍️ Reporter: Deepak Mahapatra 🗓 23 Sep 2026, 12:46 PM 👁 48
Share: 💬 WhatsApp 📘 Facebook 𝕏 Post
ଓଡ଼ିଶାରେ ପକ୍କା ଘର ପାଇବାକୁ ଆଶା କରୁଥିବା ଲକ୍ଷ ଲକ୍ଷ ପରିବାରଙ୍କ ପାଇଁ ଆସିଛି ବଡ଼ ଖବର। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (PMAY-G) ଅଧୀନରେ ଘର ପାଇଁ ରାଜ୍ୟର ୨୮ ଲକ୍ଷ ୪୨ ହଜାର ୨୦ ପରିବାର ପ୍ରାଥମିକ ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି। ବିଧାନସଭାରେ ମଙ୍ଗଳବାର ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏନେଇ ଲିଖିତ ଉତ୍ତର ରଖିଛନ୍ତି।

କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ AwaasPlus-2024 ସର୍ଭେ ମାଧ୍ୟମରେ ମୋଟ ୩୭ ଲକ୍ଷ ୮୯ ହଜାର ୨୩୪ଟି ସମ୍ଭାବ୍ୟ ପରିବାରକୁ ଚିହ୍ନଟ କରାଯାଇଥିଲା। ସର୍ଭେ ପରେ ଜିଲ୍ଲାସ୍ତରୀୟ ଆପିଲେଟ୍ କମିଟି ଦ୍ୱାରା ଯାଞ୍ଚ କରାଯାଇ ୨୮,୪୨,୦୨୦ଟି ପରିବାରକୁ PMAY-G ଅଧୀନରେ ପକ୍କା ଘର ପାଇଁ ପ୍ରାଥମିକ ଭାବେ ଯୋଗ୍ୟ ଦର୍ଶାଯାଇଛି।

ତେବେ ଯୋଗ୍ୟ ତାଲିକା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘର ମଞ୍ଜୁର ହୋଇନାହିଁ। ସର୍ଭେ ହୋଇଥିବା ପରିବାରଙ୍କ ପାଇଁ Permanent Waiting List (PWL) ପ୍ରସ୍ତୁତି ପରବର୍ତ୍ତୀ ପଦକ୍ଷେପ। PWL ଚୂଡ଼ାନ୍ତ ହେବା ସହ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ଘର ନିର୍ମାଣ ପାଇଁ ଲକ୍ଷ୍ୟ ମିଳିବା ପରେ ହିଁ ଘର ମଞ୍ଜୁର ହେବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୨୫-୨୬ ଓ ୨୦୨୬-୨୭ ଆର୍ଥିକ ବର୍ଷରେ ଓଡ଼ିଶାରେ PMAY-G ଅଧୀନରେ ଏପର୍ଯ୍ୟନ୍ତ କୌଣସି ଘର ମଞ୍ଜୁର ହୋଇନଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

AwaasPlus-2024 ସର୍ଭେର ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳର ଘର ଆବଶ୍ୟକତା ଥିବା ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରିବା। ଏବେ PWL ଚୂଡ଼ାନ୍ତ ହେବା ଓ କେନ୍ଦ୍ରରୁ ରାଜ୍ୟକୁ ଟାର୍ଗେଟ୍ ମିଳିବା ଉପରେ ଏହି ପରିବାରଗୁଡ଼ିକର ପକ୍କା ଘର ମଞ୍ଜୁରି ପ୍ରକ୍ରିୟା ନିର୍ଭର କରିବ।
📲Get App