🔥 TRENDING धरुवार टोल प्लाजा पर हाईवे यातायात पुल... Shubman Gill and Virat Kohli each hit... India Clinches 8‑Wicket Victory Over W... Raghubir Yadav Says ‘Panchayat’ Film M... Parineeti Chopra Opens Up About Mom Gu... Sushant Singh Rajput's Sister Claims S...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
Politics

ଓଡ଼ିଶା ବିଧାନସଭାରେ ଗୁଞ୍ଜରିତ ହେଲା “ବନ୍ଦେ ମାତରମ୍”

✍️ Reporter: Deepak Mahapatra 🗓 22 Sep 2026, 12:38 PM 👁 60
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ଆଜିଠାରୁ ରାଜ୍ୟ ସପ୍ତଦଶ ବିଧାନସଭାର ସପ୍ତମ ବା ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ପୂର୍ବାହ୍ନ ୧୧ ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି । ଓଡ଼ିଶା ବିଧାନସଭାରେ ପ୍ରଥମ ଥର ପାଇଁ ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ଗାନ କରାଯାଇଛି । ଏହା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

ପ୍ରଥମେ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡମ୍ବରୁ ମାଝୀ, ସ୍ୱର୍ଗତ ସୁଶାନ୍ତ ସିଂହ, ପୂର୍ବତନ ସରକାରୀ ମୁଖ୍ୟ ସଚେତକ ସ୍ୱର୍ଗତ ସତ୍ୟ ଭୂଷଣ ସାହୁ, ସ୍ୱର୍ଗତ ରାମମୂର୍ତ୍ତି ଗମାଙ୍ଗୋ, ସ୍ୱର୍ଗତ ହାଜି ମହମ୍ମଦ ଆୟୁବ ଖାନ୍ ଏବଂ ସ୍ୱର୍ଗତ ଶିବାଜୀ ମାଝୀଙ୍କ ନାଁରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହା ସହିତ ନେପାଳ ଭୂସ୍ଖଳନ ଓ ପରବର୍ତ୍ତୀ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଓ ସିପିଆଇ (ଏମ୍) ବିଧାୟକ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ଏହା ପରେ ଦିବଙ୍ଗତ ନେତାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହା ପରେ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟକୁ ମୁଲତବୀ ଘୋଷଣା କରାଯାଇଛି ।

୨୪ ଜୁଲାଇରେ କେନ୍ଦ୍ର ସରକାର ମୌସୁମୀ ଅଧିବେଶନରେ 'ଜାତୀୟ ସମ୍ମାନର ଅପମାନ ନିବାରଣ (ସଂଶୋଧନ) ବିଲ୍, ୨୦୨୬' ବିଲକୁ ଆଗତ କରିଥିଲେ । ଜୁଲାଇ ୨୯ ରେ ରାଜ୍ୟସଭାରେ ଏବଂ ଜୁଲାଇ ୩୦ରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା । ଏହା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ବନ୍ଦେ ମାତରମ୍ ଏହି ଆଇନ୍ ଅଧୀନରେ ଆସିଥିଲା । ଉଦ୍ଦେଶ୍ୟମୂଳକ ଭାବରେ ଜାତୀୟ ଗୀତ 'ବନ୍ଦେ ମାତରମ୍' ଗାନକୁ ରୋକିବା କିମ୍ବା ଏହାକୁ ବାଧା ଦେବା ଏକ ଅପରାଧ ଭାବରେ ବିବେଚନା କରାଯିବ । ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଥମ ଥର ପାଇଁ ଲାଲକିଲ୍ଲା ପ୍ରାଚୀରରୁ 'ବନ୍ଦେ ମାତରମ୍' ଗାନ କରାଯାଇଥିଲା ।
📲Get App