🔥 ट्रेंडिंग परीनीति चोपड़ा ने OTT व टीवी कलाकारों... थाई धावक बूनसन ने दोहरी जीत हासिल की,... मोहम्मद कैफ़ ने कहा, युवाओं को विराट क... इंडिया बन गया विश्व समाचार का केंद्र,... आईएमडी ने उट्ट्राखण्ड में लाल चेतावनी... एपीसीसी का दल सुम्प साइटों पर जाँच के...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
अपराध

ମାତ୍ରାଧିକ ଶବ୍ଦରେ ଡିଜେ ବଜାଇବା ପଡ଼ିଲା ମହଙ୍ଗା; ୭ ଜଣ କୋର୍ଟ ଚାଲାଣ

✍️ रिपोर्टर: Deepak Mahapatra 🗓 21 सित. 2026, 12:15 PM 👁 35
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ମାତ୍ରାଧିକ ଶବ୍ଦରେ ଡିଜେ ବଜାଇବା ପଡ଼ିଲା ମହଙ୍ଗା । ପୁଲିସ ଡିଜେ ଗାଡ଼ିକୁ ଜବତ କରିବା ସହିତ ୨୧ ଜଣ ନାଁରେ ମାମଲା ରୁଜୁ କରିଛି। ଆଉ ୭ଜଣଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଜରଡା ଥାନା ସପଙ୍ଗ ଗ୍ରାମରେ ।କୌଣସି ସୂତ୍ରରୁ ରବିବାର ସପଙ୍ଗ ଗାଁରେ ଗଣେଷ ପୂଜା ବିସର୍ଜନ ସମୟରେ ଅଧିକ ଶବ୍ଦରେ ଡିଜେ ବଜାଉଥିବାର ଖବର ପାଇ ସେଠାରେ ପେଟ୍ରୋଲିଂ କରୁଥିବା ପୁଲିସ ଗାଡି ପହଞ୍ଚିଥିଲା । ଏହା ପରେ ପୁଲିସ ଡିଜେ ବଜାଇବାକୁ ମନା କରିଥିଲା କିନ୍ତୁ ଡିଜେ ପାଇଁ ଜିଦ କରି ଗାଁର କିଛି ବ୍ୟକ୍ତି ପୁଲିସ ଗାଡିକୁ ଅଟକାଇ ରଖିଥିଲେ ।
ଅଟକ ପୁଲିସ କର୍ମଚାରୀ ଜରଡ଼ା ଥାନାକୁ ଖବର ଦେବା ପରେ ଫୋର୍ସ ସେଠାରେ ପହଞ୍ଚିଥିଲା । ତଥାପି ମଧ୍ୟ ଉତ୍ତ୍ୟକ୍ତ ଲୋକେ ପୁଲିସର ଅନୁରୋଧ ନଶୁଣି ସେମାନଙ୍କୁ ଗାଳି ଗୁଳଜ କରିବା ସହ ଆକ୍ରମଣ କରିଥିଲେ ।। ଏହା ପରେ ପୁଲିସ ଡିଜେ ଗାଡ଼ିକୁ ଜବତ କରିବା ସହିତ ୨୧ ଜଣ ନାଁରେ ମାମଲା ରୁଜୁ କରିଥିଲା । ଆଉ ୭ଜଣଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି।
📲Get App