🔥 TRENDING Kohli, Gill guide India to victory in... Congress May Face SP in First Uttar Pr... Virat Kohli Achieves Another Remarkabl... Virat Kohli contributes with bat as In... Indian cricket team kicks off Asian Ga... Jitendra Says Nanomedicine Will Drive...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ମଧ୍ୟପ୍ରଦେଶରୁ ବିମାନରେ ଆସିବ ୭ ଓଡ଼ିଆଙ୍କ ମରଶରୀର, ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
Viral & Trending

ମଧ୍ୟପ୍ରଦେଶରୁ ବିମାନରେ ଆସିବ ୭ ଓଡ଼ିଆଙ୍କ ମରଶରୀର, ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

✍️ Reporter: Deepak Mahapatra 🗓 19 Sep 2026, 07:28 PM 👁 52
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ମଧ୍ୟପ୍ରଦେଶରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆଙ୍କ ମୃତଦେହ ବିମାନରେ ଆସିବ। ବିମାନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର। ମୃତକଙ୍କ ପରିବାରକୁ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ପ୍ରତିନିଧି। ମୃତକମାନେ ହେଉଛନ୍ତି ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳରେ ଥିବା ବନ ଢାବାର ମାଲିକ ବନମାଳି ବେହେରାଙ୍କ ପରିବାର ଲୋକ। ମୃତକମାନେ ହେଉଛନ୍ତି ବନମାଳିଙ୍କ ପୁଅ ଶିବ ପ୍ରସାଦ ବେହେରା, ଝିଅ ରାଧାରାଣୀ ବେହେରା,ଝିଅ ରୀତାରାଣୀ ବେହେରା, ଜ୍ୱାଇଁ ଜ୍ଞାନେନ୍ଦ୍ର ବେହେରା ଓ ୩ ନାତିତାତୁଣୀ (ଶିବଙ୍କ ପୁଅ ଓ ରୀତାଙ୍କ ପୁଅ ଏବଂ ଝିଅ)। ସେମାନଙ୍କ ସହ ଗାଡ଼ିର ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ଘର ମଧ୍ୟ ପ୍ରଦେଶରେ।

ମୃତକମାନେ ମଧ୍ୟପ୍ରଦେଶ ବୁଲିବାକୁ ଯାଇଥିଲେ। ସେମାନେ ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିରରୁ ଫେରୁଥିବା ବେଳେ ସେମାନଙ୍କ ଗାଡ଼ି ରାସ୍ତାରୁ ଖସି ପାଖରେ ପ୍ରବାହିତ ହେଉଥିବା ନାଳରେ ପଡ଼ିଯାଇଥିଲା । ନାଳର ପ୍ରଖର ସ୍ରୋତରେ ଗାଡ଼ଟି ଭାସିଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପୁଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ନାଳରୁ ଗାଡ଼ି ଓ ମୃତଦେହଗୁଡ଼ିକୁ ବାହାର କରାଯାଇଥିଲା । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ପୁଲିସ ତାର ତଦନ୍ତ କରୁଛି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।
📲Get App