🔥 TRENDING पार्किंग को लेकर हुई मामूली कहासुनी, फ... Rohit-Shubman Opening Sparks Debate Ov... মহিলা উন্নয়ন এর জন্যে ধন্যবাদ যাত্রা ग्राम भगवानपुरा कि रिपोर्ट धरुवार टोल प्लाजा पर हाईवे यातायात पुल... Shubman Gill and Virat Kohli each hit...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
୨୨ରୁ ବିଧାନସଭା; ରାଜଧାନୀରେ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁ ରାସ୍ତାରେ ଯାତ୍ରା କରିବେ
Politics

୨୨ରୁ ବିଧାନସଭା; ରାଜଧାନୀରେ ଟ୍ରାଫିକ୍ କଟକଣା, ଜାଣନ୍ତୁ କେଉଁ ରାସ୍ତାରେ ଯାତ୍ରା କରିବେ

✍️ Reporter: Deepak Mahapatra 🗓 19 Sep 2026, 12:08 PM 👁 41
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏହା ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଜଳ ଓ ଜନସାଧାରଣଙ୍କ ନିରପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାଗୁଡ଼ିକରେ କଟକଣା ଲଗାଇଛି କମିଶନରେଟ୍ ପୁଲିସ। ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ର ଧାରା ୮) ଏବଂ ପୁଲିସ କମିଶନରେଟ୍, ଭୁବନେଶ୍ୱର-କଟକ ଟ୍ରାଫିକ ଓ ପବ୍ଲିକ ଅର୍ଡର ଓ ରେଗୁଲେଶନ ୨୦୦୮ ଧାରା ୩୬ ଅନୁସାରେ ବିଧାନସଭା ସଂଲଗ୍ନ ରାସ୍ତାଗୁଡ଼ିକରେ କଟକଣା ଲଗାଇଛି କମିଶନରେଟ୍ ପୁଲିସ।ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ବିଜ୍ଞପ୍ତି ଜାରି କରି କମିଶନରେଟ୍ ପୁଲିସ କହିଛି ଯେ ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହନଗୁଡ଼ିକ କେଶରୀ ଟକିଜଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।

ଏଜି ଛକ ପଟୁ ପିଏମଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହନଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ। ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଆସୁଥିବା ସମସ୍ତ ଯାନବାହନଗୁଡ଼ିକ ଲୋୟର ପିଏମ୍‌ଜି ଛକଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ।
୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହନଗୁଡ଼ିକ ପାୱାର ହାଉସ ଛକ ଦେଇ ଯିବେ।

ଲୋକଭବନ ଛକ ପଟୁ ଏମ୍‌ଏଲଏ କଲୋନୀ ଓ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଯିବାକୁ ଚାହୁଁଥିବା ସମସ୍ତ ଯାନବାହନଗୁଡ଼ିକ ଶାସ୍ତ୍ରୀ ନଗର ଛକ ଦେଇ ଯିବେ।

କମିଶନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଜରୁରୀ କାଳୀନ କାର୍ଯ୍ୟରେ ନିୟୋଜିତ ଥିବା ଯାନବାହନ (ପୁଲିସ, ଅଗ୍ନିଶମ ଓ ଆମ୍ବୁଲାନ୍ସ) ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଯାନବାହନ ପାଇଁ ଲାଗୁ ହେବ ନାହିଁ। ଏହି କଟକଣା ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ ବଳବତ୍ତର ରହିବ।
📲Get App