🔥 TRENDING Uttarakhand Launches 2026 STI Policy,... Delhi Minister Parvesh Verma Addresses... Delhi to Introduce New Liquor Policy;... Nepal FM says two‑thirds of its trade... Former ED Deputy Director Niranjan Sin... Violence erupts at Love College Fagwar...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ପ୍ରକଳ୍ପର ଡିଜାଇନ ପ୍ରସ୍ତୁତି ଠାରୁ ଡିପିଆର...ଗଠନ ହେବ ‘ଷ୍ଟେଟ ସ୍ପେଶାଲ ସେଲ’, ସିଙ୍ଗଲ ଓ୍ବିଣ୍ଡୋ ସେଲ୍ ଭାବେ କରିବ କାମ
Local

ପ୍ରକଳ୍ପର ଡିଜାଇନ ପ୍ରସ୍ତୁତି ଠାରୁ ଡିପିଆର...ଗଠନ ହେବ ‘ଷ୍ଟେଟ ସ୍ପେଶାଲ ସେଲ’, ସିଙ୍ଗଲ ଓ୍ବିଣ୍ଡୋ ସେଲ୍ ଭାବେ କରିବ କାମ

✍️ Reporter: Deepak Mahapatra 🗓 18 Sep 2026, 12:34 PM 👁 57
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଭୁବନେଶ୍ୱର: ରାଜ୍ୟରେ ବୃହତ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ପୁଞ୍ଜି ଖର୍ଚ୍ଚ ପାଇଁ ଚଳିତ ବର୍ଷ ସରକାର ୬୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି । ଏହି ବ୍ୟୟ ବରାଦକୁ ସଠିକ ଭାବେ ଖର୍ଚ୍ଚ କରିବାକୁ ହେଲେ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ନକ୍ସା ପ୍ରସ୍ତୁତି ବିଳମ୍ବ ହେଲେ ପ୍ରକଳ୍ପ କାମ ବି ବିଳମ୍ବିତ ହେଉଛି । ଏହାଦ୍ବାରା ସମୟ ସୀମା ବୃଦ୍ଧି ହେବା ସହ ବ୍ୟୟ ବରାଦ ମଧ୍ୟ ବଢୁଛି । ଏହି ସମସ୍ୟାର ସମାଧାନ କରିବାକୁ ସ୍ୱତନ୍ତ୍ର ସେଲ୍ ଗଠନ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।ପ୍ରସ୍ତାବିତ ଏହି ସେଲ୍ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବାକୁ ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ କାମ କରିବ । ଏହି ସେଲ ବିଭିନ୍ନ ବିଭାଗ ଦ୍ବାରା ପରିଚାଳିତ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରୀ କରିବାକୁ ଡିଜାଇନ ପ୍ରସ୍ତୁତି ଠାରୁ ଆରମ୍ଭ କରି ଡିପିଆର ପ୍ରସ୍ତୁତି ପର୍ଯ୍ୟନ୍ତ ସାହାଯ୍ୟ କରିବ । ପ୍ରକଳ୍ପଗୁଡିକୁ ନିରନ୍ତର ସମୀକ୍ଷା ଓ ମୂଲ୍ୟାୟନ କରିବ ଏହି ସେଲ । ଏହାଦ୍ବାରା ଏହି ସେଲ ସବୁ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଏକ ସିଙ୍ଗଲ ଓ୍ବିଣ୍ଡୋ ସେଲ ଭଳି କାମ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
📲Get App