🔥 ट्रेंडिंग भारत के हाई कोर्ट ने करुणामय नियुक्तिय... भोपाल में विभाजक पोल छूने से बीजेपी ने... जयपुर मंदिर में विवाद के बाद पुजारी पर... कांग्रेस कार्यकर्ता शहीद स्मारक पर चुन... एलपीयू के हॉस्टल रूम 503 में कथित दुष्... पटना में राजभवन मार्च के दौरान जेपी गो...
28 सित. 2026•
ગુજરાતી मराठी ਪੰਜਾਬੀ বাংলা
ଲୋକସେବା ଭବନରେ ବ୍ୟାନ୍ ହେଲା ତମାଖୁ: ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି
राजनीति

ଲୋକସେବା ଭବନରେ ବ୍ୟାନ୍ ହେଲା ତମାଖୁ: ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି

✍️ रिपोर्टर: Deepak Mahapatra 🗓 18 सित. 2026, 12:20 PM 👁 52
यहाँ देखें: ▶️ YouTube
शेयर करें: 💬 WhatsApp 📘 Facebook 𝕏 Post
ଲୋକସେବା ଭବନ ପରିସର ମଧ୍ୟରେ ସମସ୍ତ ପ୍ରକାର ଧୂମପାନ, ଗୁଟଖା ବା ତମାଖୁ ସେବନ ଓ ଛେପ ପକାଇବାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ଲାଗୁ ହେବ।ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ଭାବେ ପରିଚିତ ଲୋକସେବା ଭବନ ଏଣିକି ସମ୍ପୂର୍ଣ୍ଣ ‘ତମାଖୁମୁକ୍ତ ପରିସର’ ହେବ। ଜନସ୍ୱାସ୍ଥ୍ୟ ସୁରକ୍ଷା, ପରିବେଶ ସ୍ୱଚ୍ଛତା ଓ କର୍ମଚାରୀମାନଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନା ଅନୁସାରେ, ଲୋକସେବା ଭବନ ପରିସର ମଧ୍ୟରେ ସମସ୍ତ ପ୍ରକାର ଧୂମପାନ, ଗୁଟଖା ବା ତମାଖୁ ସେବନ ଓ ଛେପ ପକାଇବାକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ଲାଗୁ ହେବ।
ତମାଖୁ ସେବନ ଯୋଗୁ କ୍ୟାନସର, ହୃଦରୋଗ ଓ ଫୁସଫୁସଜନିତ ଗୁରୁତର ଅଣସଂକ୍ରାମକ ରୋଗ ସଂକ୍ରମଣ ବୃଦ୍ଧି ପାଉଛି। ଏହି ଅଭ୍ୟାସ ଯୋଗୁଁ ସମଗ୍ର ଦେଶରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକ ପ୍ରାଣ ହରାଉଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗର ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଏହି ଭୟାବହତାକୁ ରୋକିବା ପାଇଁ ସରକାର ପ୍ରଶାସନିକ ସ୍ତରରୁ ଏହି କଟକଣା ଆରମ୍ଭ କରିଛନ୍ତି।ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ ‘ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ’ ତଥା ‘ନିଶାମୁକ୍ତ ଭାରତ ଅଭିଯାନ’ର ଆଦର୍ଶକୁ ଆଗକୁ ନେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ତମାଖୁ ସେବନ ବିରୋଧୀ ଅଭିଯାନକୁ ଅଧିକ କ୍ରିୟାଶୀଳ କରାଯାଉଛି। ଲୋକସେବା ଭବନକୁ ଏକ ଆଦର୍ଶ, ନିର୍ମଳ ଓ ସୁସ୍ଥ କାର୍ଯ୍ୟସ୍ଥଳୀ ଭାବେ ଗଢ଼ିତୋଳି ଆଗାମୀ ପିଢ଼ି ପାଇଁ ଏକ ଉତ୍ତମ ବାର୍ତ୍ତା ଦେବା ସହ ଆଗାମୀ ଦିନରେ ଏହି ଅଭିଯାନକୁ ସମଗ୍ର ରାଜ୍ୟରେ ଆହୁରି ବ୍ୟାପକ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏବେ ଖାରବେଳ ଭବନକୁ ସ୍ଥାନାନ୍ତର ହୋଇସାରିଛି। ସରକାରଙ୍କ ଏହି ତମାଖୁ ବ୍ୟାନ୍ ନିର୍ଦ୍ଦେଶ ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ , କୃଷି ଭବନ, ଲୋକସମ୍ପର୍କ ଭବନ, ପର୍ଯ୍ୟଟନ ଭବନ ଓ ସଂସ୍କୃତି ଭବନ ଆଦି ସ୍ଥାନରେ ଲାଗୁ ହେବ ବୋଲି ଜଣାପଡ଼ିଛି।
📲Get App