🔥 TRENDING जनगणना में भागीदारी राष्ट्रीय दायित्व:... બેંક કર્મચારીઓની 3 દિવસીય હડતાલ મોકૂફ:... नवादा: कुएं से युवक का आधा जला शव बराम... વાહન માલિકી ટ્રાન્સફર હવે આધાર OTP થી,... कमलिया-धमलिया रोड पर 6 महीने से अधूरा... पूर्व प्रधान के कथित घोटालों पर स्थानी...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ନିଯୁକ୍ତି ମାମଲା: ପୁଣି ଘୁଞ୍ଚିଲା ଶୁଣାଣି, ଏଜି କହିଲେ- ଏହି ମାମଲା ପଛରେ ଅଛି କିଛି ଅଫିସରଙ୍କ ଅଭିସନ୍ଧି
Jobs & Career

ନିଯୁକ୍ତି ମାମଲା: ପୁଣି ଘୁଞ୍ଚିଲା ଶୁଣାଣି, ଏଜି କହିଲେ- ଏହି ମାମଲା ପଛରେ ଅଛି କିଛି ଅଫିସରଙ୍କ ଅଭିସନ୍ଧି

✍️ Reporter: Deepak Mahapatra 🗓 17 Sep 2026, 04:50 PM 👁 49
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ସୁପ୍ରିମକୋର୍ଟରେ ଚାଲିଥିବା ଓଡ଼ିଶା ଆରକ୍ଷୀ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ମାମଲାର ଶୁଣାଣି ପୁଣି ଘୁଞ୍ଚିଛି। ଏହାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ ତାରିଖରେ ହେବ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।ଡିଜିପି ନିଯୁକ୍ତି ଶୁଣାଣି ଘୁଞ୍ଚିବା ସମ୍ପର୍କରେ AG ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଆଜି ସୁପ୍ରିମକୋର୍ଟରେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଶୁଣାଣି ୨୨ ତାରିଖକୁ ଘୁଞ୍ଚିଛି। ମୁଁ ଓ ସଲିସିଟର ଜେନେରାଲ ତ୍ବରିତ ଶୁଣାଣି ପାଇଁ ନିବେଦନ କରିଛୁ। UPSCକୁ ନାଁ ସୁପାରିସ କରିବାରେ ସରକାର କୌଣସି ତ୍ରୁଟି କରି ନାହାନ୍ତି। ପ୍ରକାଶ ସିଂ ରାୟ ଆଧାରରେ ନାମ ସୁପାରିସ୍‌ କରାଯାଇଛି। କୌଣସି ଠାରେ ସୁପ୍ରିମକୋର୍ଟ କହି ନାହାନ୍ତି କେତେ ଜଣଙ୍କ ନାଁ ସୁପାରିସ ହେବ। ୩ ଜଣଙ୍କ ନାଁ ସୁପାରିସ୍‌ ନେଇ କିଛି ଲୋକଙ୍କ ମଧ୍ୟରେ ଭ୍ରାନ୍ତ ଧାରଣା ରହିଛି। ଯଦି ଆମେ ୩ଟି ନାଁ ପଠାଇବୁ, UPSC ୩ଟି ନାଁ ଫେରାଇବ ତା’ହେଲେ କ’ଣ ହେବ।

ସେ ଆହୁରି କହିଛନ୍ତି, ଏହି ମାମଲା ପଛରେ କିଛି ଅଫିସରଙ୍କ ଅଭିସନ୍ଧି ରହିଛି। ତେଣୁ ସରକାର ସମ୍ପୂର୍ଣ୍ଣ ଭାବେ ଆଇନସମ୍ମତ କାର୍ଯ୍ୟ କରିଛନ୍ତି। କିଏ ଡିଜିପି ହେବେ ତାହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଜସ୍ୱ ନିଷ୍ପତ୍ତି।ଓଡ଼ିଶା ପୁଲିସ ଡିଜି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ତଥା ୟୁପିଏସସି ଦ୍ୱାରା ନିର୍ଦ୍ଧାରିତ ନିୟମାବଳୀକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରି ମାମଲା ହୋଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ପି.ଚିଦାମ୍ବରମ୍ ଯୁକ୍ତି କରିଛନ୍ତି ଯେ ୨୦୦୬ ମସିହାରେ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ରାୟକୁ ଉଲ୍ଲଂଘନ କରାଯାଇ ଏଡିଜି ପାହ୍ୟାର ଅଫିସରଙ୍କୁ ରାତାରାତି ପଦୋନ୍ନତି ଦେଇ ଡିଜି ପ୍ୟାନେଲରେ ସାମିଲ ପାଇଁ ବ୍ୟାକଡୋର ପ୍ରୟାସ ଚାଲିଥିବା ଅଭିଯୋଗ କରିଥିଲେ।
📲Get App