🔥 TRENDING त्यागराज स्टेडियम में ‘वैश्य कुल सांस्... राजकीय सीनियर सेकेंडरी स्कूल के कंप्यू... BTS Makes History at 2026 MTV VMAs, Wi... Vidya Vox Raises Alarm: AI Steals from... Mumbai to Experience Light Rain and Th... Bank of Maharashtra Stock Sees RSI Tre...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ବସ୍ କର୍ମଚାରୀ ଭାବିଥିଲେ କେହି ଜାଣିପାରିବେନି; ପୁଲିସ୍ ପାଇଲା ସୂଚନା, ଚଢ଼ାଉ କରି ବାନ୍ଧିଲା
Crime

ବସ୍ କର୍ମଚାରୀ ଭାବିଥିଲେ କେହି ଜାଣିପାରିବେନି; ପୁଲିସ୍ ପାଇଲା ସୂଚନା, ଚଢ଼ାଉ କରି ବାନ୍ଧିଲା

✍️ Reporter: Deepak Mahapatra 🗓 17 Sep 2026, 04:58 PM 👁 47
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ଯାତ୍ରୀବାହୀ ବସ୍‌ରୁ ଜବତ ହେଲା ଗଞ୍ଜେଇ। ବସ୍‌ ଚାଳକ, କଣ୍ଡକ୍ଟର ଓ ହେଲ୍‌ପରଙ୍କୁ ବାନ୍ଧିଲା ପୁଲିସ। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ଅଞ୍ଚଳରେ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ସୁଦର୍ଶନ ନାୟକ, ହମିଦ୍ ଖାନ୍ ଓ ବିନୋଦ ମଲ୍ଲିକ। ସୁଦର୍ଶନ ଓ ହମିଦ୍‌ଙ୍କ ଘର ଗଞ୍ଜାମ ଜିଲ୍ଲାରେ। ବିନୋଦଙ୍କ ଘର ବାଲିଗୁଡ଼ାରେ। ଏହି ଘରୋଇ ଯାତ୍ରୀବାହୀ ବସ୍‌ଟି ବାଲିଗୁଡ଼ାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କ. ନୂଆଗାଁ ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଯେ ସେଥିରେ ଗଞ୍ଜେଇ ଚାଲାଣ ହେଉଛି। ଏହା ପରେ କ. ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟ ନିକଟରେ ପୁଲିସ୍‌ର ଏକ ଟିମ୍ ବସ୍‌କୁ ଅଟକାଇ ଯାଞ୍ଚ କରିବା ପରେ ୩ଟି ବସ୍ତାରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲା।
ବସ୍‌ରୁ ମୋଟ ୬୩ କିଲୋଗ୍ରାମର ଗଞ୍ଜେଇ ଜବତ କରିଛି ପୁଲିସ। ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ଗଞ୍ଜେଇ ସହିତ ପୁଲିସ ଅଭିଯୁକ୍ତମାନଙ୍କଠାରୁ ୩ଟି ମୋବାଇଲ ଓ ୬,୭୦୦ ଟଙ୍କା ଜବତ କରିଛି।
📲Get App