🔥 TRENDING રાજકોટ: મોરબી રોડ હડાળા ગામના પાટિયા પ... Four Assam Labourers Die in Meghalaya... Rape Case Surge Brings Women's Safety... Ayushmann Khurrana to Portray Pakistan... Madonna and Taylor Swift Dominate MTV... TVK Minister Criticises Udhayanidhi St...
28 Sep 2026•
ગુજરાતી मराठी ਪੰਜਾਬੀ বাংলা
ବିଶ୍ୱକର୍ମା ପୂଜା ପାଇଁ ଫୁଲ ତୋଳୁଥିଲେ, ଛାତରୁ ପଡ଼ିଗଲେ, ପେଟରେ ପଶିଗଲା ଲୁହା ରଡ୍
Local

ବିଶ୍ୱକର୍ମା ପୂଜା ପାଇଁ ଫୁଲ ତୋଳୁଥିଲେ, ଛାତରୁ ପଡ଼ିଗଲେ, ପେଟରେ ପଶିଗଲା ଲୁହା ରଡ୍

✍️ Reporter: Deepak Mahapatra 🗓 17 Sep 2026, 04:55 PM 👁 47
Watch on: ▶️ YouTube
Share: 💬 WhatsApp 📘 Facebook 𝕏 Post
ବିଶ୍ୱକର୍ମା ପୂଜା ପାଇଁ ଫୁଲ ତୋଳୁଥିବା ବେଳେ ଛାତରୁ ପଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍‌ଏସିର ୱାର୍ଡ ନମ୍ବର ୨ରେ ଘଟିଛି ଏହି ଘଟଣା। ମୃତ ନାବାଳକଙ୍କ ନାଁ ଆଦିତ୍ୟ ଜେନା। ତାଙ୍କ ବାପାଙ୍କ ନାଁ ପପୁ ଜେନା। ଆଜି ଭୋରରେ ଆଦିତ୍ୟ ଫୁଲ ତୋଳିବା ପାଇଁ ଯାଇଥିଲେ। ସେ ଏକ ଘରର ଛାତ ଉପରେ ଚଢ଼ି ଫୁଲ ତୋଳୁ ଥିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ସେ ଛାତରୁ ପଡ଼ି ପାଖରେ ଥିବା ଏକ ସିମେଣ୍ଟ କାନ୍ଥରେ ପଡ଼ିଥିଲେ। ସେହି ସିମେଣ୍ଟ କାନ୍ଥରେ ଥିବା ଏକ ଲୁହା ରଡ୍ ତାଙ୍କ ପେଟରେ ପଶି ଯାଇଥିଲା।

ପେଟରେ ଲୁହା ରଡ୍ ପଶିଯାଇଥିବା ସତ୍ତ୍ୱେ ଡରି ନଥିଲେ ଆଦିତ୍ୟ। ସେ ଲୁହା ରଡ୍‌ଟିକୁ ପେଟରୁ କାଢ଼ି ଚାଲି ଚାଲି କିଛି ବାଟ ଯିବା ପରେ ଅଚେତ ହୋଇ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ଗତକାଲି ଗଣେଶ ମୂର୍ତ୍ତି ଭସାଣ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ନଦୀ ଓ ପୋଖରୀରେ ବୁଡ଼ି ୭ ଜଣଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ମୋଟ ଉପରେ ଗତକାଲି ନଦୀ ଓ ପୋଖରୀରେ ବୁଡ଼ି ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୫ ଜଣଙ୍କ ମଧ୍ୟରୁ କିଏ ଗାଧୋଇବାକୁ ଯାଇ ବୁଡ଼ି ଯାଇଥିଲେ ତ କିଏ କର୍ମା ପୂଜା ପାଇଁ ବାଲି ଆଣିବାକୁ ଯାଇ ବୁଡ଼ି ଯାଇଥିଲେ।
📲Get App